www.samajalive.in
Sunday, December 14, 2025
19.1 C
Bhubaneswar

ଜୁଆ ଆଡ୍ଡାରେ ପୁଲିସକୁ ଆକ୍ରମଣ ମାମଲା : ଫେରାର ଅଭିଯୁକ୍ତ ଗିରଫ

ଗୋପାଳପୁର : ଜୁଆ ଆଡ୍ଡା ଉପରେ ପୁଲିସ ଚଡ଼ାଉ ସମୟରେ ପୁଲିସକୁ ଆକ୍ରମଣ କରିବା ଘଟଣାରେ ଗୁରୁବାର ଫେରାର ଅଭିଯୁକ୍ତକୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଇଚ୍ଛାପୁର ଥାନା ଅଧିନସ୍ଥ ପୁସ୍ତପୁର ଗ୍ରାମର ପି . ଜାନକୀ ରାମ (୨୭) । ଘଟଣା ପରଠାରୁ ଜାନକୀ ଫେରାର ଥିବା ବେଳେ ଗୁରୁବାର ପୁଲିସ ଖବର ପାଇଁ ତାଙ୍କ ଗ୍ରାମରେ ଚଡ଼ାଉ କରି କାବୁ କରିବା ସହ ସନ୍ଧ୍ୟାରେ ଜାନକୀକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଝାଟିପଦର ଗ୍ରାମ ନିକଟରେ ଥିବା ଜଙ୍ଗଲର କିଆଁ ବାଡ଼ରେ କିଛି ଦିନ ହେଲା ଜୁଆ ଆଡ଼ ଚାଲୁଥିଲା । ଗତ ଜୁନ ୫ ତାରିଖରେ ପୁଲିସ ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ ପୁଲିସ କର୍ମଚାରୀ ଜୁଆ ଆଡ଼ ଉପରେ ଛାପା ମାରିଥିଲା। ସେହି ସମୟରେ ତିନିରୁ ଚାରି ଜଣ ଜୁଆଡି ପୁଲିସକୁ ଗାଳି ଗୁଲଜ, କାର୍ଯ୍ୟରେ ବାଧା ଦେବା ସହ କନଷ୍ଟେବଳ ସଂଜୀବ ଭୂୟାଁ ଓ ସୁନୀଲ ନାୟକଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଅନ୍ୟ ପଟେ ପୁଲିସ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ କାବୁ କରିଥିଲା । ସେମାନଠାରୁ ଏକ ଲକ୍ଷ ୪୪ ହଜାର ୫ ଶହ ୭୦ ଟଙ୍କା ଓ ତାସ ପକେଟ ଓ ୪ଟି ବାଇକ ଜବତ କରିଥିଲା । ଏ ନେଇ ଥାନାରେ ୨୬୦/୨୩ ରେ ପୁଲିସକୁ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ୩ ଅଭିଯୁକ୍ତକୁ ଅଦାଲତ ଚାଲାଣ କରିଥିଲା। ଆଜି ଆଉ ଜଣେ ଅଦାଲତ ଚାଲାଣ ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories