www.samajalive.in
Sunday, December 7, 2025
18.1 C
Bhubaneswar

ଲଗାଣ ବର୍ଷା ; ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି ସ୍ଥାନୀୟ ବାସିନ୍ଦା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାରେ ସଦରମହକୁମା ଫୁଲବାଣୀ ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଅନେକ ତଳିଆ ଅଞ୍ଚଳରେ ପାଣି ପଶିବା ସହ କଚ୍ଚା ଘର ଭାଙ୍ଗିଛି। ନାରାୟଣୀ ମନ୍ଦିର ନିକଟ ପାହାଡ ଉପରେ ଥିବା ତ୍ରିଦେବ ନଗର ବାସିନ୍ଦାଙ୍କୁ ଜିଲ୍ଲା ସଂସ୍କୃତି ଭବନ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ଥାନରେ ଗତ ଦିନରେ ଭୂସ୍ଖଳନ ଯୋଗୁଁ କାନ୍ଥ ପଡିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ସତର୍କତା ମୂଳକ ପଦକ୍ଷେପ ଭାବେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଏହି ଶିବିରରେ ୯୨ ଜଣ ଆଶ୍ରୟ ନେଇଥିବା ବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଥିବା ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ। ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର ଏବଂ ଅନ୍ୟ ଅଧିକାରୀ ମନେ ଅସ୍ଥାୟୀ ଶିବିର ପରିଦର୍ଶନ କରି ଶିବିରାର୍ଥୀ ମାନଙ୍କ ହାଲଚାଲ ପଚାରିଛନ୍ତି । ବର୍ଷା କମିଲେ ସେମାନେ ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ଦିଆଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories