www.samajalive.in
Monday, December 15, 2025
14.1 C
Bhubaneswar

ଗୋପାଳପୁର : ପାଣ୍ଠି ଅଭାବରୁ ଆଗେଇ ପାରୁନି ଆରମ୍ଭ ହୋଇଥିବା ସ୍ମାର୍ଟ ପାର୍କ

ଗୋପାଳପୁର : ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ରହିଥିବାବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ସେଗୁଡିକର ନିର୍ମାଣ କାର୍ଯ୍ୟ ଠିକ ସମୟରେ ସରୁନାହିଁ। ପାଣ୍ଠି ଅଭାବରୁ କାମ ଗୁଡିକ ଅଧପନ୍ତରିଆ ଭାବେ ପଡିରହିବା ସହ ବ୍ୟବହାରରେ ଲାଗି ପାରୁନାହିଁ। ଏଭଳି ଏକ ଚିତ୍ର ଶ୍ରଦ୍ଧା ସଞ୍ଜିବନୀ ସର୍ଟ ଷ୍ଟେ ହମ ସମ୍ମୁଖରେ ୨୦୨୧ବର୍ଷରେ  ୭୩ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚରେ ସ୍ମାର୍ଟ ପାର୍କ ନିର୍ମାଣ ନିମନ୍ତେ ପାଣ୍ଠି ବରାଦ କରାଯାଇ କାମ ଆରମ୍ଭ ହୋଇଥିଲା।  ଏକ ବର୍ଷ ମଧ୍ୟରେ ୫୦ ଲକ୍ଷ ୭୮ ହଜାର ୭୫୯ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇ ଯାଇଥିବା ସତ୍ତ୍ୱେ ଆଜି ଯାଏଁ ପାର୍କ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ମଧ୍ୟରେ ପାର୍କର କାନ୍ଥ ଗୁଡିକରେ ଲାଗିଥିବା ଟାଇଲ ଗୁଡିକ ଅନେକ ସ୍ଥାନରେ ଖସି ଯାଇଥିବା ସହ ପାର୍କ ପରିସରରେ  କାମ ନିମ୍ନମାନର ହୋଇଥିବାରୁ ଫାଟ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଚଳିତବର୍ଷ ମୁକ୍ତା ଯୋଜନାରୁ ପାର୍କ କାମ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ବିଡିଏକୁ ମଧ୍ୟ ପାର୍କ କାମ ସମ୍ପୂର୍ଣ୍ଣ କରିବାକୁ ଅନୁଦାନ ମଗାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ପାର୍କଟି ପ୍ରାୟ ୨ ଏକର ଜାଗାରେ ହେଉଥିବା ବେଳେ ଏଥି ନିମନ୍ତେ ଏନଏସି ପକ୍ଷରୁ ପାର୍କ ନିର୍ମାଣ ନିମନ୍ତେ କେତେ ଟଙ୍କା ଖର୍ଚ୍ଚ ହେବ ତାହା ନେଇ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇନଥିବାରୁ ଏପରି ସ୍ଥିତି ଉପୁଜିଥିବା ସାଧାରଣ ରେ ଆଲୋଚନା ହେଉଛି। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପାର୍କର ନିର୍ମାଣ କାମ ସାରି ପର୍ଯ୍ୟଟକ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କରିବାକୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories