www.samajalive.in
Monday, December 15, 2025
16.1 C
Bhubaneswar

ଚୌଦ୍ୱାର ଆସିବେ ୫ଟି ସଚିବ

ଚୌଦ୍ୱାର : ଆସନ୍ତା ୮ତାରିଖ ଅପରାହ୍ନ ୩ ଘଟିକାରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳିର ସାଧାରଣ ଜନତାଙ୍କ ଅଭିଯୋଗର ଶୁଣାଣି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫-ଟି ସଚିବ ଭି.କେ ପାଣ୍ଡିୟାନ ଚୌଦ୍ୱାର ଗୋପବନ୍ଧୁ ପଡିଆକୁ ଆସୁଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିବା ଲାଗି ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ସୋମବାର ପରିଦର୍ଶନରେ ଆସିଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରଥମେ ଗୋପବନ୍ଧୁ ପଡିଆରେ ହେବାକୁ ଥିବା ହେଲିପ୍ୟାଡ, ପରେ ସଭାସ୍ଥଳ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ସ୍ଥାନ ନିରୁପଣ କରିଥିଲେ । ଏହି ଗ୍ରସ୍ତରେ ବିଧାୟକ ସୌଭିକ୍ ବିଶ୍ୱାଳ,ଅତିରିକ୍ତ ତହସିଲଦାର ନାରାୟଣ ବେହେରା, ଚୌଦ୍ୱାର ଥାନା ଆଇଆଇସି ସସ୍ମିତା ଖିଲାର, ବିଡିଓ ଆଶୁତୋଷ ମିଶ୍ର, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡା, ସୁବ୍ରତ ସାମଲ, ଆଶୁତୋଷ ଦାସ, ଅର୍ଜୁନ ପଣ୍ଡା, ରାସ୍ତା ଓ କୋଠାବାଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ରାୟ, ନିର୍ବାହୀ ଯନ୍ତ୍ରୀ ବସନ୍ତ ବେହେର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories