www.samajalive.in
Monday, December 15, 2025
14.1 C
Bhubaneswar

ଚୌଦ୍ୱାର ପୌର ପରିଷଦ ବୈଠକ

ଚୌଦ୍ୱାର : ଚୌଦ୍ୱାର ପୌର ପରିଷଦର ଜୁଲାଇ ମାସର ସାଧାରଣ ବୈଠକ ସୋମବାର ପୌର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରାରମ୍ଭରେ ବିଗତ ଜୁନ ମାସର ଆୟବ୍ୟୟ ସମ୍ବଦ୍ଧରେ ପୌର କନିଷ୍ଠ ସହାୟକ ପୁର୍ଣ୍ଣ ଚନ୍ଦ୍ର ପାଣି ବିବରଣୀ ପ୍ରଦାନ କରିବା ସହିତ ପୌରପାଳିକାର ଆୟ ବୃଦ୍ଧି ପାଇଁ ୫ଟି ଛକ ଜାଗା ମାନଙ୍କରେ ଚିହ୍ନଟ ହୋଇଥିବା ସ୍ଥାନରେ ଭେଣ୍ଡିଜୋନ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବା ପାଇଁ ବିଶେଷ ଆଲୋଚନା କରାଯାଇଥିଲା। ଚଳିତ ମାସରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସକୁ ବେଶ ଆଡମ୍ବର ପୁର୍ଣ୍ଣ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ସ୍ୱାଧିନତା ଦିବସରେ ପୁରସ୍କାର ପ୍ରଦାନ କରାଯିବାର ସ୍ଥିର କରାଯାଇଥିଲା। ପୌରପାଳିକାର ବିଭନ୍ନ ୱାର୍ଡରେ ଅଙ୍ଗନୱାଡି ସ୍ଥାୟୀଗୃହ ନଥିବା ନେଇ ବହୁ ପାରିଷଦ ପୌରାଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିଲେ। ଏହାର ଜବାବରେ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ବିସ୍ତୃତ ବିବରଣୀ ପ୍ରଦାନ କରି ପୌରପାଳିକାରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅର୍ଥ ରହିଛି ହେଲେ ୪୭ଟି ଅଙ୍ଗନୱାଡି ଗୃହର ଆବଶ୍ୟକତା ଥିବା ଓ ଆଉ କିଛି ଅର୍ଥର ଆବଶ୍ୟକ ରହିଛି କହିବା ସହିତ ଏନେଇ ମହିଳା ଓ ଶିଶୁବିକାଶ ବିଭାଗର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା ବିଭାଗୀୟ ଅଧିକାରୀଙ୍କ ସହିତ ପତ୍ରାଳାପ ଚାଲିଥିବା କହିଥିବା ବେଳେ ଖୁବ ଶିଘ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ସେହିପରି ୬ନଂ ୱାର୍ଡ ପାରିଷଦ ଦୀଲ୍ଲୀପ କୁମାର ସାହୁ ନିଜ ୱାର୍ଡରେ ଉନ୍ନୟନ କାର୍ଯ୍ୟ ଆଶାନୁରୁପ ଭାବେ ହେଉନଥିବା ପ୍ରକାଶ କରି କକ୍ଷତ୍ୟାଗ କରିବାରେ ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷା ଆଗାମୀ ସ୍ୱାଧୀନତା ଦିବସ ପୁର୍ବରୁ ସମସ୍ତ ୱାର୍ଡରେ ଆବଶ୍ୟକତା ଥିବା ଉନ୍ନୟନ କାର୍ଯ୍ୟକୁ ଶେଷ କରିବାକୁ ପୌର ଯନ୍ତ୍ରୀ ସଞ୍ଜୟ କୁମାର ସାମଲ ଓ ଶୁଭଶ୍ରୀ ବେହେରାଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର,ସାଂସଦଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକଙ୍କ ପ୍ରତିନିଧି ବିଷ୍ନୁ ଚରଣ ପରିଡାଙ୍କ ସମେତ ସମସ୍ତ ପାରିଷଦ ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories