www.samajalive.in
Monday, December 15, 2025
27.1 C
Bhubaneswar

ଅତାବିରାରେ ଗୀତା ଆବୃତ୍ତି ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ : ପ୍ରଜ୍ଞାନ ମିଶନ୍ ଆନୁକୂଲ୍ୟରେ ସ୍ଥାନୀୟ ଅତାବିରା ମହାବିଦ୍ୟାଳୟ ପରିସରରେ ଅତାବିରା ବ୍ଳକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀମାନେ ବିଭିନ୍ନ ବର୍ଗରେ ସୁନ୍ଦର ଭାବେ ଗୀତା ଆବୃତ୍ତି କରିଥିଲେ। ରମେଶ ଚନ୍ଦ୍ର ପଣ୍ଡା, ମିନତୀ ଦାଶ, ଚଣ୍ଡୀରାମ ଦେବତା, ଯୋଗେଶ୍ବର, ଶୁଭାଶିଷ ରଣା, ସରମା ନାଏକ, ଗିରିଜା ସାହୁ, କୃଷ୍ଣଚନ୍ଦ୍ର ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ। ଜିଲ୍ଲା ସ‍ଂଯୋଜକ ରାଜବଲ୍ଲଭ ପଣ୍ଡା ଏହାକୁ ପରିଚାଳନା କରିବା ସହ ଗୀତାର କର୍ମ ଯୋଗର ବିଦ୍ୟାର୍ଥୀ ଜୀବନରେ ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲେ ।  ପ୍ରତିଯୋଗିତାରେ ‘କ’ ବିଭାଗରେ ଆକୃତି ଭୋଇ, ଆସିଆନା ପ୍ରଧାନ,  ଛନ୍ଦାଶ୍ରୀ ପ୍ରଧାନ, ‘ଖ’ ବିଭାଗରେ ସୁଶ୍ରୀ କୃଷ୍ଣା ପତି, ତମନ୍ନା ସାହୁ, ମାନସୀ ପ୍ରଧାନ,‘ଗ’ ବିଭାଗରେ ସୁମନ୍ତ ନାଗ,  ଅନ୍ମେଷା ସୁସାରୀ, ଶୁଭଙ୍କର ସାହୁ ଏବଂ ‘ଘ’ ବିଭାଗରେ ଆଦ୍ୟାଶା ମହାପାତ୍ର ଓ ନିହାରିକା ଦାଶ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ଗୀତା ପ୍ରତିଯୋଗିତାର ମୁଖ୍ୟ ମାର୍ଗଦର୍ଶକ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଦ୍ବାରା ଲିଖିତ “ଗୀତା ପ୍ରସାଦ” ପୁସ୍ତକ ପ୍ରଦାନ କରାଯାଇଥିଲା। ଦେବାଶିଷ ମହାପାତ୍ର, ନୂତନ ପଣ୍ଡା, ପ୍ରତାପ ପ୍ରଧାନ, ସମାରୁ ପ୍ରଧାନ ତଥା ମହାବିଦ୍ୟାଳୟର କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories