କେନ୍ଦୁଝରର ସାରସ୍ୱତ ପରମ୍ପରା ସୁସମୃଦ୍ଧ
ମିଳନୀରେ କେନ୍ଦୁଝରର ପ୍ରାଚୀନ ସାହିତ୍ୟ ସମ୍ପର୍କିିତ ଆଲୋଚନା
କେନ୍ଦୁଝରଗଡ : ଅଗ୍ରଣୀ ସାରସ୍ୱତ ସାହିତ୍ୟାନୁଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଅପରାହ୍ନରେ ମିଳନୀ ସଭା କକ୍ଷରେ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ କେନ୍ଦୁଝରର ପ୍ରାଚୀନ ସାହିତ୍ୟ ସମ୍ପର୍କିିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ.ଚିତ୍ତରଞ୍ଜନ ମିଶ୍ର କେନ୍ଦୁଝରର ସାରସ୍ୱତ ପରମ୍ପରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶିଷ୍ଟ କଥାଶିଳ୍ପୀ ତଥା ଗବେଷକ ଡ. ସୁନୀଲ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦୁଝରର ପ୍ରାଚୀନ ସାହିତ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କେନ୍ଦୁଝରର ସାରସ୍ୱତ ପରମ୍ପରା ଅତ୍ୟନ୍ତ ଗାରିମାମୟ ଓ ସାରସ୍ୱତ ପରମ୍ପରାକୁ ସୁସମୃଦ୍ଧ କରିଛି ବୋଲି ସଭାପତି ଶ୍ରୀ ଚକ୍ରବର୍ତ୍ତୀ ଅଭିହିତ କରିବା ସହ ସୃଜନଶିଳ୍ପୀଙ୍କୁ ସୃଜନମନସ୍କ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କବି ଚିନ୍ତାମଣୀ ମହାଳିକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଜୟଲକ୍ଷ୍ମୀ ମହାନ୍ତି, ମମତାରାଣୀ ଦାସ, ଶ୍ୱେତାସୁମନ ମିଶ୍ର, ରତ୍ନମଞ୍ଜରୀ ରାଉତ, ବିଣାପାଣୀ ଜେନା, ଶୋଭନା ଜେନା, ସରୋଜିନୀ ମିଶ୍ର, ପିନାକୀ ମିଶ୍ର, ଡ.ସୁମନ୍ତ୍ର ନାଏକ, ବସନ୍ତ କୁମାର ରାଉତ, ଜିତେନ୍ଦ୍ର ପରିଡା, ସୁଜିତ କୁମାର ମିଶ୍ର, ବିରଞ୍ଚୀ ନାରାୟଣ ସାମନ୍ତରାୟ, ପ୍ରାଧ୍ୟାପକ ସୁଧା ଦାଶ, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଭରତ ଚନ୍ଦ୍ର ପାତ୍ର, ଶାନ୍ତନୁ କୁମାର ମହାପାତ୍ର, ଦେବଦର୍ଶନ ଦାଶ, ଜନ୍ମେଜୟ ଜେନା, ପ୍ରତାପ କର୍ମକାର, ପ୍ରଭାସ ରଞ୍ଜନ ମିଶ୍ର ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ଯୁଗ୍ମସମ୍ପାଦକ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.