www.samajalive.in
Monday, December 15, 2025
15.1 C
Bhubaneswar

ବର୍ଷାରେ ଧୋଇଗଲା କଲଭର୍ଟ, ୧୦ରୁ ଉର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଫୁଲବାଣୀ: ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ ୨ ଦିନ ଧରି ଲାଗି ରହିଛି ଲଗାଣ ବର୍ଷା। ଫଳରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଓ କଲଭର୍ଟ ଧୋଇ ଯାଇଛି। ଏହି କାରଣରୁ ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତର ମୁଣ୍ଡାସାହିରୁ କାଟ୍ରାମାଲା ପ୍ରଧାନମନ୍ତ୍ରୀ ସଡ଼କର ମାତ୍ର ୩ କିମି ଭିତରେ ୬ଟି କଲଭର୍ଟ ଭାଙ୍ଗିଯିବା ସହ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବ୍ୟାହତ ହୋଇଛି। ସେହିପରି ମୁଣ୍ଡାସାହି-ଗାଡ଼ିପଦର ରାସ୍ତାରେ ଦୁଇଟି କଲଭର୍ଟ ସମେତ ରାସ୍ତା ବର୍ଷା ଯୋଗୁଁ ଧୋଇ ଯାଇଛି।

ଫଳରେ ଖେତାପାଜୁ, ଗାଡିପଦର, କାଶିନିପଡ଼ା, କିଲୁପଙ୍ଗା, ବୁଦାଲି ସମେତ ୧୦ରୁ ଉର୍ଦ୍ଧ୍ବ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ତେବେ ଏହି ରାସ୍ତା ମାତ୍ର ୬ ମାସ ତଳେ ନିର୍ମାଣ କରାଯାଇଥିବାରୁ ଏତେ ଶୀଘ୍ର କିଭଳି ଧୋଇ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ସଲାଗୁଡ଼ା ସରପଞ୍ଚ ରୋହିତ କହଁର। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଗ୍ରାମ ଜଳବନ୍ଦୀ ହୋଇଥିବା ଜଣାପଡ଼ିଛି। ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଡଙ୍ଗିମେଣ୍ଡି ଓ ଆଖପାଖ ଗ୍ରାମମାନଙ୍କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories