www.samajalive.in
Sunday, December 7, 2025
14.1 C
Bhubaneswar

ବିବାଦରେ ‘ସୁପର ଡାନ୍ସର ଚାପ୍ଟର ୩’, ଚ୍ୟାନେଲକୁ ଏନସିପିସିଆର ନୋଟିସ୍‌

ମୁମ୍ବଇ: ସୋନି ଟିଭିର ଲୋକପ୍ରିୟ ନୃତ୍ୟଭିତ୍ତିକ ରିଆଲିଟି ଶୋ ‘ସୁପର ଡାନ୍ସର ଚାପ୍ଟର ୩’ ଏବେ ବିବାଦରେ ଫସିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର) ପକ୍ଷରୁ ଶୋ’ର ଏକ ଅଧ୍ୟାୟରେ ‘ଅନୁପଯୁକ୍ତ ବିଷୟବସ୍ତୁ’ ପ୍ରସାରଣ ପାଇଁ ସୋନି ପିକ୍ଚର୍ସ ନେଟୱାର୍କ ବିରୋଧରେ ନୋଟିସ୍‌ ଜାରି କରାଯାଇଛି। ଶୋ’ର ଏହି ଅଧ୍ୟାୟ ହଟାଇବାକୁ ଦାବି କରି ଚ୍ୟାନେଲର ଅଭିଯୋଗ ଅଧିକାରୀ ଶାଇସ୍ତା ନକଭିଙ୍କୁ ଆୟୋଗ ଏକ ପତ୍ର ଲେଖିଛନ୍ତି।

ଏନସିପିସିଆର ପତ୍ରରେ ଲେଖିଛନ୍ତି, ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ଡାନ୍ସ ଶୋ’ ‘ସୁପର ଡାନ୍ସର୍ ଚାପ୍ଟର ୩’ର ଏକ ଭିଡିଓ ଆୟୋଗ ଟ୍ବିଟରରୁ ପାଇଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଶୋ’ର ବିଚାରକ ଜଣେ ନାବାଳକ ପିଲାକୁ ତାଙ୍କ ପିତାମାତାଙ୍କ ବିଷୟରେ ଅଶ୍ଳୀଳ ପ୍ରଶ୍ନ ପଚାରୁଛନ୍ତି। ଆୟୋଗ କହିଛନ୍ତି ଯେ, ଏଭଳି ପ୍ରଶ୍ନ ନାବାଳକ ପିଲାମାନଙ୍କୁ ପଚାରିବା ଯୋଗ୍ୟ ନୁହେଁ ଏବଂ ଏହା ସମ୍ପୂର୍ଣ୍ଣ ଅନୁଚିତ୍‌।

- Advertisement -

ଆୟୋଗ ଭିଡିଓକୁ ଅନୁଧ୍ୟାନ କରିବା ପରେ ସିପିସିଆର ଆକ୍ଟ, ୨୦୦୫ ର ଧାରା ୧୩ (୧) (ଜେ) ଅନୁଯାୟୀ ଏହି ଘଟଣା ବିଷୟରେ ଅବଗତ ହୋଇଥିଲେ ଏବଂ ଜାଣିବାକୁ ପାଇଲେ ଯେ, ଚ୍ୟାନେଲ ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା ଆଇନ, ୨୦୧୫ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ର ଉଲ୍ଲଂଘନ କରିଛି। କେବଳ ଏତିକି ନୁହେଁ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ଏହି ବିଷୟବସ୍ତୁ ଆୟୋଗର ନିର୍ଦ୍ଦେଶାବଳୀ ମଧ୍ୟ ଅନୁସରଣ କରୁନାହିଁ।

ପତ୍ରରେ ଆହୁରି ମଧ୍ୟ ଲେଖାହୋଇଛି ଯେ, ‘ଏହି ଭିଡିଓକୁ ତୁରନ୍ତ ହଟାଇବା ସହ ପିଲାଙ୍କ ନୃତ୍ୟ ଶୋ’ରେ ନାବାଳକ କଳାକାରଙ୍କୁ କାହିଁକି ଏପରି ଅନୁପଯୁକ୍ତ ପ୍ରଶ୍ନ ପଚରାଯାଇଥିଲା ସେ ସମ୍ପର୍କରେ ଆୟୋଗଙ୍କୁ ଏକ ସ୍ପଷ୍ଟୀକରଣ ପଠାଇବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି। ଏଥିସହ ଚ୍ୟାନେଲରେ ଏପରି ଅଶ୍ଳୀଳ ବିଷୟବସ୍ତୁକୁ ସ୍ଥାନ ନଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ନୋଟିସ୍‌ ଜାରି କରିବା ସହ ସାତ ଦିନ ମଧ୍ୟରେ ଜବାବ ରଖିବାକୁ ଆୟୋଗ ଚ୍ୟାନେଲକୁ ନିର୍ଦେଶ ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories