www.samajalive.in
Sunday, December 14, 2025
17.1 C
Bhubaneswar

ଅନୁଗୋଳ : ୨ କିମି ପର୍ଯ୍ୟନ୍ତ ଶଗଡ଼ରେ ବୁହା ହେଲେ ରୋଗୀ

ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ମାଣିକଯୋଡ଼ି ପଞ୍ଚାୟତର ପୋକୁଣ୍ଡା ବୃନ୍ଦାବନ ସାହିରେ ବର୍ଷା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଶଗଡ଼ରେ ୨ କିମି ପର୍ଯ୍ୟନ୍ତ ଜଣେ ରୋଗୀ ବୁହାହେବା ଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୨ କିମି ପର୍ଯ୍ୟନ୍ତ ଶଗଡ଼ରେ ଯିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନା ଅଣାଯାଇଛି । ଲଗାଣ ବର୍ଷା ଫଳରେ ଗାଁକୁ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ମୁଖ୍ୟ ରାସ୍ତା ଠାରୁ ସାହି ପର୍ଯ୍ୟନ୍ତ ଦୁଇ କିମି ରାସ୍ତା କାଦୁଅ ପଚପଚ ହୋଇ ରହିଛି । ଫଳରେ ଗାଡି ମୋଟର ଯାଇ ଆସିପାରୁ ନାହିଁ। ଏହି ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡିଛି।  ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷିୟ ବୃଦ୍ଧ ମଧୁମେହ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ଆସିଥିଲା। ମାତ୍ର ରାସ୍ତା ଖରାପ ଯୋଗୁଁ ଗାଁରେ ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ବାଧ୍ୟ ହୋଇ ଶଗଡ଼ରେ ବସାଇ ଆଣିଥିଲେ। ଏହାପରେ ଶ୍ରୀବତ୍ସ ଆମ୍ବୁଲାନ୍ସରେ ବସି ଜିଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ତେଵେ ପ୍ରତି ଗାଁକୁ ପକ୍କା ସଡକ ଯୋଜନା କରାଯିବା ପାଇଁ କୁହାଯାଉଥିବା ବେଳେ ଆଜିର ଯୁଗରେ ଶଗଡ଼ରେ ରୋଗୀ ବୁହାହେବା ଘଟଣା ଆକପାଖରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories