www.samajalive.in
Sunday, December 14, 2025
26.1 C
Bhubaneswar

ଗାୟକ ଅରୁଣ ଚକ୍ରଧରଙ୍କ ଆଶୁଆରୋଗ୍ୟ କାମନା

ଚୌଦ୍ୱାର : ପାଲା ଗାୟକ ଅରୁଣ ଚକ୍ରଧର ବାରିକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରାଯାଇଛି । ପାଲା ସଂସ୍କୃତିକୁ ବଂଚାଇ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଲା ପରିବେଷଣ କରିଥିବା ଶ୍ରୀଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ସଦସ୍ୟ ଖୋଦ୍ଧାଜିଲ୍ଲାର ଗାୟକ ଅରୁଣ ଚକ୍ରଧର ବାରିକ ଦୃର୍ଘଟଣାର ସିକାର ହୋଇଛନ୍ତି । ଭୁବନେଶ୍ୱର ଯାଉଥିବା ସମୟରେ ଚକ୍ରଧରଙ୍କୁ ଏକ ଗାଡି ଗତ ୨୧ ତାରିଖ ଦିନ ଧକ୍କା ଦେଇ ଚାଲିଯାଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ସୋମବାର ସନ୍ଧ୍ୟାରେ ଚୌଦ୍ୱାର ନୁନ୍ଟିକିରି ଠାରେ ଥିବା ହନୁମାନଙ୍କ ନିକଟରେ ଟାଙ୍ଗୀ-ଚୌଦ୍ୱାରର ପାଲା ଅନୁଷ୍ଠାନ ବିଶେଶ୍ୱର ପାଲା ମଣ୍ଡଳ ତରଫରୁ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଛି। ଗାୟକ ବିଚିତ୍ରାନନ୍ଦ ପଣ୍ଡାଙ୍କ ସମେତ ବହୁ ଗାୟକ,ଗାୟିକା ଯୋଗଦେଇ ଦୀପଦାନ କରିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories