www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ମ୍ବା ଓ ନରସିଂହପୁରରେ ସବଜଜ୍ କୋର୍ଟ ଖୋଲିବା ବିଜ୍ଞପ୍ତି ପ୍ରକାଶ

ବଡ଼ମ୍ବା :  ବହୁ ପ୍ରତିକ୍ଷିତ କଟକ ଜିଲା ବଡ଼ମ୍ବା ଓ ନରସିଂହପୁରେ ନୂତନ ଭାବେ ଦୁଇଟି ସିଭିଲ ଜଜ୍ (ସିନିଅର ଡିଭିଜନ) ଅର୍ଥାତ୍ ସବଜଜ୍ କୋର୍ଟ ଖୋଲିବାନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  ରାଜ୍ୟପାଳଙ୍କ ଆଦେଶ ମୁତାବକ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଧନେଶ୍ୱର ମଲ୍ଲିକ ଦୁଇଟି ପୃଥକ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାଯାଇଛି । ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେବାସହ ଆଇନ ଅନୁଯାୟୀ ଉଚ୍ଚ ନାୟାଳୟଙ୍କ ଅବଗତି ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାଶ । ଏହା ଦ୍ୱାରା ନିଜ ବିଧାନସଭା ଅନ୍ତର୍ଗତ ଦୁଇଟି ସ୍ଥାନରେ ନୂତନ ଉଚ୍ଚତର କୋର୍ଟ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଥିବା ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସ୍ଥାନୀୟ ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ସର୍ବସାଧାରଣଙ୍କ ବହୁ ଦିନର ଦାବି ଏହାଦ୍ୱାରା ପୁରଣ ହୋଇପାରିଛି । ବଡ଼ମ୍ବା ବିଧାନସଭା ଅନ୍ତର୍ଗତ ଉଭୟ ବ୍ଲକର ଜନପ୍ରତିନିଧି ହିସାବରେ ଜନସାଧାରଣଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଆଇନ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଏଥିରେ ସହଯୋଗ କରିଥିବା ଓଡ଼ିଶା ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories