www.samajalive.in
Sunday, December 14, 2025
23.1 C
Bhubaneswar

୧୦୯ ଲିଟର ଦେଶୀ ମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ କାରବାର ଉପରେ ରବିବାର ଚଢ଼ଉ ଅଭିଯାନ କରାଯାଇଥିଲା। ଏହି କ୍ରମରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବକାରୀ ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ସମୁଦା ୧୦୯ ଲିଟର ଦେଶୀ ମଦ ଜବତ କରିଛି । ଅବକାରୀ ଦଳ ପ୍ରଥମେ କ୍ଷେତରାଜପୁର ଅଞ୍ଚଳର ନୁଆପଡା ଠାରେ ଚଢ଼ଉ କରି ଲକ୍ଷ୍ମୀ ଓରାମ (୪୨) ନାମକ ଜଣେ ମହିଳାଙ୍କ ଠାରୁ ବେଆଇନ ଭାବରେ ରଖାଯାଇଥିବା ୧୯ ଲିଟର ମଦ ଜବତ କରିଛି । ସେହିପରି କ୍ଷେତରାଜପୁରର ତିୱାରିଗଳି ଅଞ୍ଚଳର ବନ୍ଧ ଅଞ୍ଚଳ ନିକଟରେ ଚଢ଼ଉ କରି ବେଆଇନ ଭାବରେ ମହଜୁଦ ରଖିଥିବା ୫୦ ଲିଟର ଦେଶୀ ମଦକୁ ଜବତ କରି ଅଭିଯୁକ୍ତ ମନୋଜ କୁମାର ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସେହିଭଳି ପରେ ଶାସନ ଥାନା ଅର୍ନ୍ତଗତ ଖୁଲିଆ ଗ୍ରାମର କେନାଲପଡା ଅଞ୍ଚଳରେ ଚଢ଼ଉ କରାଯାଇ ସୁରେଶ ବାଗ (୨୪) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଏହି ୩ ଘଟଣାରେ ୩ଟି ପୃଥକ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି।

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories