www.samajalive.in
Sunday, December 14, 2025
26.1 C
Bhubaneswar

ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ପ୍ରତିଷ୍ଠା ଦିବସ

ସମ୍ବଲପୁର : ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟରର ୨୫ତମ ପ୍ରତିଷ୍ଠା ଦିସବ ପାଳିତ ହୋଇଯାଇଛି । ରବିବାର ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଉପ ଜିଲାପାଳ ପ୍ରଭାସ ଦଣ୍ଡସେନା ଓ ସମ୍ମାନୀତ ଅତିଥି ଭାବେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଖିଳ ମିଶ୍ର ଯୋଗ ଦେଇଥିଲେ। କ୍ଲବର ସଦସ୍ୟ ପରବେଜ ଅଲ୍ଲୀ ଖାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ପ୍ରମୋଦ କୁମାର ଅଗ୍ରୱାଲ,ସମ୍ପାଦକ ଆନନ୍ଦ କୁମାର ମିଶ୍ର ମଞ୍ଚାସୀନ ରହିଥିଲେ।

୨୦୨୩ -୩୪ ବର୍ଷ ପାଇଁ କ୍ଲବର ନୂତନ ସଭାପତି ଭାବେ ଡା. ମନୋରଞ୍ଜନ ସାହୁ, ସମ୍ପାଦକ ଭାବେ ସମ୍ବିତ ସ୍ୱାଇଁ ଓ ଅନ୍ୟ ନୂତନ ପଦାଧିକାରୀ ମାନଙ୍କୁ ଶପଥପାଠ କରାଯାଇ ଦାୟିତ୍ୱ ହସ୍ତାନ୍ତରିତ କରାଯାଇଥିଲା । ଏହି ଅବସରରେ କ୍ଲବର ବିଗତ ବର୍ଷ ଗୁଡିକର ବିଭିନ୍ନ କାର୍ଯ୍ୟ ଗୁଡିକର ବିବରଣୀ ଉପସ୍ଥାପନା ସହିତ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ବିଗତ ବର୍ଷରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories