www.samajalive.in
Saturday, December 13, 2025
27.1 C
Bhubaneswar

ଜାଲ ଡିଗ୍ରୀ ମାମଲା: ଡିୟୁ ଛାତ୍ର ସଂସଦ ସଭାପତି ପଦ ଛାଡ଼ିଲେ ଅଙ୍କିଭ୍‍

ନୂଆଦିଲ୍ଲୀ : ଜାଲ ଡିଗ୍ରୀ (ଶିକ୍ଷାଗତ ପ୍ରମାଣପତ୍ର) ମାମଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପରାମର୍ଶ କ୍ରମେ ଗୁରୁବାର ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍‍ୟୁ) ସଭାପତି ପଦରୁ ଅଙ୍କିଭ୍‍ ବୈସୋୟା ଇସ୍ତଫା ଦେଇଛନ୍ତି। ଅଙ୍କିଭ୍‍ଙ୍କ ଇସ୍ତଫା ପରେ କଂଗ୍ରେସ ସମର୍ଥିତ ଛାତ୍ର ସଂଗଠନ ଏନ୍‍ଏସ୍‍ୟୁଆଇ ପୁନଃ ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରିଛି।
ସୂଚନା ଅନୁସାରେ ଜାଲ ଡିଗ୍ରୀ ମାମଲାରେ ଅଙ୍କିଭ୍‍ ବୈସୋୟା ଫସି ଯାଇଥିଲେ। ଫଳରେ ଛାତ୍ର ସଂସଦ ସଭାପତି ପଦରୁ ଇସ୍ତଫା ଦେବାକୁ ଏବିଭିପି ତାଙ୍କୁ ପରାମର୍ଶ ଦେଇଥିଲା। ଅଙ୍କିଭ୍‍ ଇସ୍ତଫା ଦେବା ପରେ ଏବିଭିପି ପକ୍ଷରୁ କୁହାଯାଇଛି ଯେ ତଦନ୍ତ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଙ୍କିଭ୍‍ଙ୍କୁ ସଂଗଠନର ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଉଛି।
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ପଦରେ ବିଜେପି ସମର୍ଥିତ ଛାତ୍ର ସଂଗଠନ ଏବିଭିପିର ପ୍ରାର୍ଥୀ ଭାବେ ଅଙ୍କିଭ୍‍ ବିଜୟୀ ହୋଇଥିଲେ। ନିର୍ବାଚନ ପରେ ଏନ୍‍ଏସ୍‍ୟୁଆଇ ଅଙ୍କିଭ୍‍ଙ୍କ ତିରୁଭାଲୁଭାର ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ସ୍ନାତକ ଡିଗ୍ରୀ ଜାଲ ବୋଲି ଅଭିଯୋଗ କରିବା ସହ ତାଙ୍କୁ ସଭାପତି ପଦରୁ ହଟାଇବାକୁ ଦାବି କରିଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories