www.samajalive.in
Wednesday, December 10, 2025
18.1 C
Bhubaneswar

ଗୋଟିଏ ପରୀକ୍ଷା ପାଇଁ ଶୂନଶାନ ହୋଇଗଲା ଦକ୍ଷିଣ କୋରିଆ, ବିମାନ ବି ଉଡିଲାନି

ସିଓଲ : ଗୋଟିଏ ପରୀକ୍ଷା ପାଇଁ ଦକ୍ଷିଣ କୋରିଆର ସବୁ ଗତିବିଧି ବନ୍ଦ ଓ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ଏମିତିକି ବିମାନ ବି ଉଡ଼ିନଥିଲା। ଗପ ପରି ଲାଗୁଥିଲେ ବି ଏହା ସତ। ନିକଟରେ ଦକ୍ଷିଣ କୋରିଆରେ ଆୟୋଜିତ ସ୍କୋଲାଷ୍ଟିକ୍‍ ଆବିଲିଟି ଟେଷ୍ଟ (ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା) ପାଇଁ ଦକ୍ଷିଣ କୋରିଆର ରାସ୍ତାଘାଟରେ ଗାଡ଼ି ଚଳାଚଳ ଓ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଏହି ପରୀକ୍ଷା ‘ସୁଙ୍ଗୟୁଙ୍ଗ’ ନାମରେ ଖ୍ୟାତ। ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥା ପରୀକ୍ଷାର୍ଥୀଙ୍କ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ଅଧିକ ଗୁରୁତ୍ୱ ଦେଇଥାଏ। ପରୀକ୍ଷାର୍ଥୀଙ୍କ ଧ୍ୟାନ ଭଙ୍ଗ ନହେବାକୁ ଅଧିକ ଧ୍ୟାନ ଦିଆଯାଏ। ପ୍ରାୟ ୮ ଘଣ୍ଟା ଧରି ପରୀକ୍ଷା ଚାଲିଥାଏ। ଏହି ସମୟରେ ଦୋକାନ, ବଜାର, ବ୍ୟାଙ୍କ ସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥାଏ। ଏପରିକି ବିମାନ ଉଡ଼ାଣ ବାତିଲ କରାଯିବା ସହ ସେନାର ପ୍ରଶିକ୍ଷଣ କାର୍ଯ୍ୟ ବି ବନ୍ଦ ରହିଥାଏ। ପୁଲିସ୍‍ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ ଛାଡ଼ିଥାଏ। ସଡ଼କ ଖାଲି କରିବା ପାଇଁ ପୁଲିସ୍‍ ଗାଡ଼ି ପଇଁତରା ମାରିଥାଏ। ଏହି ପରୀକ୍ଷାକୁ ଦକ୍ଷିଣ କୋରିଆରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଏ। ଛାତ୍ରର ଅଭିଭାବକ ମଧ୍ୟ ଚିନ୍ତିତ ରହିଥାନ୍ତି। ଫଳରେ ସେମାନେ ବୁଦ୍ଧଙ୍କ ମନ୍ଦିର କିମ୍ବା ଚର୍ଚ୍ଚ ଯାଇ ପ୍ରାର୍ଥନା କରିଥାନ୍ତି। ଚଳିତ ବର୍ଷ ‘ସୁଙ୍ଗୟୁଙ୍ଗ’ ପରୀକ୍ଷାର୍ଥୀଙ୍କୁ ରାଷ୍ଟ୍ରପତି ମୁନ୍‍ ଜେ’ ଇନ୍‍ ଟ୍ୱିଟ୍‍ କରି ଭଲ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ପରୀକ୍ଷା ପାଇଁ ପ୍ରତି ବର୍ଷ ଦେଶରୁ ୫୦୦ ଶିକ୍ଷକଙ୍କୁ ଚୟନ କରାଯାଇଥାଏ। ସେମାନଙ୍କୁ ନେଇ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଥାଏ ଓ ସେମାନଙ୍କ ଫୋନ୍‍ ଜବତ କରି ନିଆଯାଇଥାଏ। ବାହାର ଦୁନିଆ ସହ ସେମାନଙ୍କ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥାଏ। ସେମାନଙ୍କୁ ତାଲିମ ସମୟରେ ଛୁଟି ଦିଆଯାଇନଥାଏ। ପରିବାର ଲୋକଙ୍କ ସହ ମଧ୍ୟ କଥା ହେବାକୁ ସୁଯୋଗ ଦିଆଯାଇନଥାଏ। ସେମାନଙ୍କୁ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନରେ ନିୟୋଜିତ କରାଯିବା ସହ ଅନ୍ୟ କିଛି ଦାୟିତ୍ୱ ଦିଆଯାଇଥାଏ।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସବୁଠୁ ଅଧିକ ଶିକ୍ଷିତ ଦେଶ ହେଉଛି ଦକ୍ଷିଣ କୋରିଆ। ଏଠାକାର କଲେଜରୁ ଡିଗ୍ରୀ ହାସଲ କରିଥିବା ୩ ଭାଗରୁ ୧ ଭାଗ ଲୋକଙ୍କ ପାଖରେ ଚାକିରି ନାହିଁ। ଫଳରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ତେଣୁ ଦକ୍ଷିଣ କୋରିଆ ଏବେ ଉତ୍ତମ ଶିକ୍ଷାର୍ଥୀ ଓ ଶିକ୍ଷାର ମାନ ଉପରେ ଅଧିକ ଗରୁତ୍ୱ ଦେଉଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories