www.samajalive.in
Tuesday, December 9, 2025
16.1 C
Bhubaneswar

ଦରମା ବୃଦ୍ଧି ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ଼ : ମାସିକ ୨୦ ପ୍ରତିଶତ ଦରମା ବୃଦ୍ଧି ଦାବିରେ ସଦର ଥାନା ଅଧିନ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ୩ଦିନ ଧରି କାରଖାନାର ବ୍ୟବସାୟିକ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ କାରଖାନା ଭିତରେ ରହି କଞ୍ଚାମାଲ ବୋଝେଇ ଟ୍ରକକୁ କାରଖାନା ଭିତରକୁ ପ୍ରବେଶ କରିବାକୁ ଦେଉନଥିବା ବେଳେ କାରଖାନା ଭିତରୁ ଉତ୍ପାଦିତ ସାମଗ୍ରୀ ବୋଝେଇ ଟ୍ରକକୁ ମଧ୍ୟ ବାହାରକୁ ଛାଡୁନଥିବା କାରଖାନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

- Advertisement -

ଆନ୍ଦୋଳନର ତୃତୀୟ ଦିନରେ ଶୁକ୍ରବାର ମଧ୍ୟ ଦାବି ପୁରଣ ନେଇ କାରଖାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ କୋଇଲା ଓ ଡୋଲମାଇଟ୍‌‌ ଖାଲି କରିବାକୁ ଆସିଥିବା କଞ୍ଚାମାଲ ବୋଝେଇ ଟ୍ରକକୁ ଚାଳକମାନେ କାରଖାନା ମୁଖ୍ୟଫାଟକକୁ ଅବରୋଧ କରି ରଖିବା ଫଳରେ କର୍ମଚାରୀ ସନ୍ଧ୍ୟାରେ ବାଧ୍ୟ ହୋଇ କାରଖାନା ପଛପଟ ଫାଟକ ଦେଇ ଘରକୁ ଫେରିଛନ୍ତି। ସେହିଭଳି କଞ୍ଚାମାଲ ଖାଲି କରିବାକୁ ଆସି ୪ଦିନ ଧରି କାରଖାନା ମୁଖ୍ୟଫାଟକ ସମ୍ମୁଖରେ ୨୫ରୁ ଅଧିକ ମାଲବାହୀ ଟ୍ରକ ଅଟକି ରହିଥିବାରୁ ମାଲ ଖାଲି କରିନପାରି ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କର୍ମଚାରୀ ଦରମା ବୃଦ୍ଧି ନେଇ ଗତ ମେ’ ମାସରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ବାଧ୍ୟ ହୋଇ ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛୁ ବୋଲି ଜନୈକ କର୍ମଚାରୀ କହିଛନ୍ତି । ଦାବି ପୁରଣ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି ଏବଂ ଖୁବ୍‌‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କାରଖାନା ପରିଚାଳକ ସବ୍ୟସାଚୀ ମହାନ୍ତି କହିଛନ୍ତି ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories