www.samajalive.in
Tuesday, December 9, 2025
15.1 C
Bhubaneswar

ରାଫେଲ ଚୁକ୍ତି: ଗ୍ୟାରେଣ୍ଟି ଦେଇନାହାନ୍ତି ଫ୍ରାନ୍ସ ସରକାର

ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତି ବିବାଦ ଏବେ ତୀବ୍ର ରୂପ ଧାରଣ କରିଥିବା ବେଳେ ଏବେ ଆଉ ଏକ ନୂଆ ସୂଚନା ମିଳିଛି। ରାଫେଲ୍‍ ସଂକ୍ରାନ୍ତୀୟ ଚୁକ୍ତି ବେଳେ ଏହାର କାର୍ଯ୍ୟକାରୀତା, ସଫଳତା ଓ ଚୁକ୍ତି ସମ୍ପର୍କିତ ଜଟିଳତାକୁ ନେଇ ଫ୍ରାନ୍ସ ସରକାର କୌଣସି ଗ୍ୟାରେଣ୍ଟି ଦେଇନାହାନ୍ତି। କେବଳ ଏକ ଆଶ୍ୱାସନା ପତ୍ର ଦେଇଛନ୍ତି। ସୁପ୍ରିମକୋର୍ଟରେ ରାଫେଲ୍‍ ଚୁକ୍ତି ବିବାଦ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ୍‍ କେ କେ ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି।
ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ରାଫେଲ୍‍ ବିମାନ କ୍ରୟ ପୂର୍ବରୁ ଆନ୍ତଃସରକାରୀ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। ଚୁକ୍ତି ବେଳେ ଫ୍ରାନ୍ସ ପକ୍ଷରୁ ପର୍ଯ୍ୟାପ୍ତ ପ୍ରତିଶ୍ରୁତି ଦିଆଯାଇଥିôଲା। ଡାସଲ୍ଟ ଦ୍ୱାରା ନିର୍ମିତ ରାଫେଲ୍‍ ଫାଇଟର ଜେଟ୍‍ର ଏକାଧିକ ଥର ପରୀକ୍ଷଣ କରାଯାଇଛି, ଯଦି କୌଣସି ତ୍ରୁଟି ଥାଏ ତେବେ ତା’ ସ୍ଥାନରେ ଆଉ ଏକ ବିମାନ ଯୋଗାଇ ଦିଆଯିବ ବୋଲି ଫ୍ରାନ୍ସ ସରକାର ପ୍ରତିଶ୍ରୁତି ଦେଇଥିଲେ ବୋଲି ପ୍ରତିରକ୍ଷା ଅଧିକାରୀମାନେ କହିଥିଲେ। କିନ୍ତୁ ଚୁକ୍ତି ପାଇଁ ଫ୍ରାନ୍ସ ସରକାରୀ ଭାବେ ଦାୟୀ ନୁହେଁ ବୋଲି ଚୁକ୍ତିନାମାରେ ଉଲ୍ଳେଖ ଥିବା ଏବେ ଜଣାପଡ଼ିଛି।
ବାସ୍ତବରେ କୌଣସି ଦେଶ ସହିତ ପ୍ରତିରକ୍ଷା ସମ୍ପର୍କିତ ଚୁକ୍ତି ବେଳେ ‘ସରକାରୀ ଉତ୍ତରଦାୟୀ’ ଶବ୍ଦ ବ୍ୟବହାର ହୁଏ ନାହିିଁ। କେବଳ ସାମଗ୍ରୀର ମାନ, ମୂଲ୍ୟ, ମରାମତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସମ୍ପୃକ୍ତ ଦେଶ ପକ୍ଷରୁ କିଛିଟା ୱାରେଣ୍ଟି ମିଳିଥାଏ। ରୁଷ, ଆମେରିକା ଓ ଅନ୍ୟାନ୍ୟ ଦେଶ ସହିତ ପ୍ରତିରକ୍ଷା ସାମଗ୍ରୀ କ୍ରୟ ବେଳେ ମଧ୍ୟ ସରକାରୀ ଗ୍ୟାରେଣ୍ଟି ଦିଆଯାଇନାହିଁ। ତେଣୁ କେନ୍ଦ୍ର ସରକାର ଏ ସମ୍ପର୍କରେ ଦେଶବାସୀଙ୍କ ଅନ୍ଧାରରେ ରଖିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories