www.samajalive.in
Sunday, December 7, 2025
14.1 C
Bhubaneswar

ଗୋଟିଏ କ୍ଷେତରେ ଚାଷୀ –ବାଘ ; ଆଶ୍ଚର୍ଯ୍ୟ କରିବ ଭିଡିଓ

ଲଖନଉ : ଜଙ୍ଗଲ ନଷ୍ଟ ହେବା ଏବଂ ଜଙ୍ଗଲ ରାସ୍ତା କାଟିବା କାରଣରୁ ଅଧିକାଂଶ ସମୟରେ ବନ୍ୟଜନ୍ତୁ ମାନେ ଜନବସତି ମଧ୍ୟକୁ ପ୍ରବେଶ କରୁଥିବା ଦେଖାଯାଉଛି। ଅନେକ ଥର ବନ୍ୟଜନ୍ତୁ ଖାଦ୍ୟ କିମ୍ବା ଶିକାର ସନ୍ଧାନରେ ଜନବସତି ଅଞ୍ଚଳରେ ବୁଲୁଥିବାର ଦେଖାଯାଏ। ବନ୍ୟଜନ୍ତୁଙ୍କ ଜୀବନ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖାଯାଉଛି। ସେଥିମଧ୍ୟରୁ କିଛି ହୃଦୟ ବିଦାରକ ହୋଇଥିବାବେଳେ କିଛି ଆଶ୍ଚର୍ୟ୍ୟଜନକ। କିନ୍ତୁ ନିକଟରେ ଭାଇରାଲ ହେଉଥିବା ଏକ ବାଘର ଏହି ଭିଡିଓ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ। ଭିଡିଓରେ,ଏକ ବାଘ ଏକ ଧାନ କ୍ଷେତରେ ଆରାମରେ ଚାଲୁଥିବାର ଦେଖାଯାଉଛି। ଏହାସହ ଅଳ୍ପ ଦୂରରେ ଜଣେ କୃଷକ କ୍ଷେତରେ ଟ୍ରାକ୍ଟର ଦ୍ୱାରା ଚାଷ କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଉଛି।

- Advertisement -

ଏହି ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି । ଯେଉଁଥିରେ ଏକ ବାଘ ସବୁଜ ଧାନ କ୍ଷେତରେ ଆରାମରେ ଚାଲୁଥିବାର ଦେଖାଯାଉଛି। ଭିଡିଓରେ, ବାଘଠାରୁ ଅଳ୍ପ ଦୂରରେ ଜଣେ କୃଷକ ନିଜ ଜମିକୁ ଟ୍ରାକ୍ଟର ସାହାଯ୍ୟରେ ଚାଷ କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓକୁ ଦେଖିଲେ ଲାଗୁଛି ଯେପରି ଚାଷୀ ଜଣକ, ବାଘଟି ସେହି କ୍ଷେତରେ ଥିବା ନେଇ କୌଣସି ଧାରଣା ନାହିଁ। ସେ ଆଦୌ ବାଘକୁ ଦେଖି ନାହାଁନ୍ତି ଓ ତାଙ୍କ ବ୍ୟତୀତ ଏକ ବାଘ ମଧ୍ୟ କ୍ଷେତରେ ଉପସ୍ଥିତ ଅଛି । ଏହି ଚମତ୍କାର ଭିଡିଓଟି ଉତ୍ତରପ୍ରଦେଶର ପିଲିଭିତ୍‌‌ର ବୋଲି କୁହାଯାଉଛି। ମାତ୍ର ୫୨ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ଲୋକେ ଦେଖି ସାରିଲେଣି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories