www.samajalive.in
Sunday, December 7, 2025
18.1 C
Bhubaneswar

କାର୍‌‌ ଧକ୍କାରେ ବାଘ ମୃତ, ଭିଡିଓ ଭାଇରାଲ୍‌‌

ମୁମ୍ବଇ : ସଡକ ଦୁର୍ଘଟଣାରେ ଏକ ବାଘର ମୃତ୍ୟୁ ହୋଇଛି। ଏହି ଘଟଣା ମହାରାଷ୍ଟ୍ରର ଗୋନ୍ଦିୟା ସହର ଠାରୁ ପ୍ରାୟ ୩୦ କିଲୋମିଟର ଦୂର ମୁରଦୋଲୀ ଜଙ୍ଗଲ ରାସ୍ତାରେ ଘଟିଛି। ଏହି ଜଙ୍ଗଲୀ ରାସ୍ତା ନବେଗାଁ-ନାଗଝିରା ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥାନ ସହ ଜଡିତ। ଏହି ରାସ୍ତା ଦେଇ ଅଧିକାଂଶ ସମୟରେ ବନ୍ୟଜନ୍ତୁ ଯାତାୟତ କରିଥାଆନ୍ତି। ମାତ୍ର ରାସ୍ତା ପାର୍‌‌ କରୁଥିବା ସମୟରେ ଅନେକଙ୍କ ମୃତ୍ୟୁ ହୋଇଥାଏ। ଏଭଳି ହିଁ ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ରାସ୍ତା ପାର୍‌‌ ସମୟରେ ବାଘଟିର ଜୀବନ ଚାଲିଯାଇଛି। ଏକ ଦ୍ରୁତ ଗତିରେ ଯାଉଥିବା କାର୍‌‌ ବାଘଟିକୁ ଧକ୍କା ଦେଇଥିଲା। ଫଳରେ ବାଘଟିର ଅବସ୍ଥା ଗୁରୁତର ହେବା ପରେ ଶୁକ୍ରବାର ବାଘଟିର ମୃତ୍ୟୁ ଘଟିଥିଲା। ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି।


ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟାରେ କୋହମାରା-ଗୋନ୍ଦିଆ ମାର୍ଗରେ ସ୍ଥିତ ମୁରଦୋଲୀ ଜଙ୍ଗଲ ରାସ୍ତାକୁ ପାର୍‌‌ କରୁଥିବା ଏକ ୨ ବର୍ଷର ବୟସର ବାଘକୁ କାର୍‌‌ ଧକ୍କା ଦେଇଥିଲା। ବାଘଟି ଘୋଷାଡି ହୋଇ ବୁଦା ମଧ୍ୟକୁ ପଳାଇଥିଲା। ସେଠାରେ ଥିବା କିଛି ଲୋକେ ଘଟଣା ବିଷୟରେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବାଘଟିକୁ ବନ୍ୟଜନ୍ତୁଙ୍କ ଡାକ୍ତରଖାନାକୁ ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories