www.samajalive.in
Sunday, December 14, 2025
14.1 C
Bhubaneswar

ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢା ଠପ୍, ସମାଧାନ ପାଇଁ ଦାବୀ

ଜି.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗୀଆ ପଞ୍ଚାୟତ ସ୍ଥିତ ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଠାରୁ ପାଠପଢା ବନ୍ଦ ହୋଇଛି। ଫଳରେ ଆଗାମୀ ୨୦୨୩-୨୪ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀମାନେ ଏବେ ଚିନ୍ତାରେ ଥିବାବେଳେ ଏହାର ଶୀଘ୍ର ସମାଧାନ ପାଇଁ ଦାବୀ କରିଛନ୍ତି। ବିବରଣୀରୁ ପ୍ରକାଶ ଯେ ଆଜକୁ ଦୀର୍ଘ ୫ ମାସ ହେଲା ଶିକ୍ଷକ ଶିକ୍ଷୟିତ୍ରୀ ଦରମା ପାଇନଥିବାରୁ ଆଜିଠାରୁ ପାଠପଢା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଓ ଏନେଇ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥବା ବେଳେ ଏ ସମ୍ପର୍କରେ ଆମ ପ୍ରତିନିଧି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ସହ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ସେକେଣ୍ଡାରୀ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ମୁୁଁ ତାଙ୍କ ଦରମା ବନ୍ଦ କରିଛି।

ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ଦାଶଙ୍କ ସହ ଯୋଗାଯୋଗ କରିବାରେ ନର୍ମଦା ପାତ୍ରଙ୍କ କେସ ବିଚାରଧିନ ଥିବାରୁ ଆମ ଦରମା ବନ୍ଦ କରିଛନ୍ତି। ତେବେ ତାଙ୍କ କେସ ପାଇଁ ଆମେ କାହିଁକି ଦରମା ପାଇବୁ ନାହିଁ। ଅପରପକ୍ଷେ ଆମେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛୁ। ତେବେ ଏନେଇ କିଛି ସମାଧାନ କରାନଗଲେ ଆଗକୁ ଛାତ୍ରୀମାନଙ୍କୁ ନେଇ ଧାରଣା ଦିଆଯିବା ନେଇ କହିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସେମାନେ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ଯାଇ ସମାଧାନ କରନ୍ତୁ, ଅଯଥା ପାଠପଢା ବନ୍ଧ ନକରନ୍ତୁ। ଏଥିସହ ଯେତେଦିନ ପାଠପଢା ବନ୍ଦ ରଖିବେ ସେତେଦିନର ଦରମା କଟାଯିବା ନେଇ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ହେଲେ ପରିଚାଳନା କମିଟି ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ ବୋଲି ଅଭିଭାବକ ଦୃଢ ଦାବୀ ରଖିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories