www.samajalive.in
Sunday, December 14, 2025
14.1 C
Bhubaneswar

ନବ ଦାସ ହତ୍ୟା ମାମଲା – ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ବାର କାରାଗାରରୁ ଆଣି ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି)ଙ୍କ ଅଦାଲତରେ ହାଜର କରାଯାଇଛି। ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ଦଳ ସ୍ବତନ୍ତ୍ର ସୁରକ୍ଷା ଘେରା ମଧ୍ୟରେ ଗୋପାଳ ଦାସକୁ ଆଣିଥିଲେ। ସେଠାରେ ​କେବଳ ୧୦ ମିନିଟ ରଖାଯାଇଥିଲା। ବିଚାରପତି ଏହି ମାମଲାରେ ଗୋପାଳକୁ ପଚାରିଥିଲେ ଯେ ସେ ଆଗକୁ ଅଦାଲତରେ ମାମଲା ଲଢ଼ିବାକୁ ଚାହୁଁଛି ନା ନାହିଁ। ଗୋପାଳ ଏଥିରେ ରାଜି ହେବା ପରେ ହତ୍ୟା ଅପରାଧ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ପରିସରଭୁକ୍ତ ନ ଥିବା ହେତୁ ଉପର କୋର୍ଟକୁ ପ୍ରେରଣ କରିଥିଲେ। ପରେ ଗୋପାଳ ଦାସକୁ ଝାରସୁଗୁଡ଼ା ସ୍ଥିତି ସିଆରପିଏଫ ଦ୍ବିତୀୟ ବାଟାଲିୟନକୁ ନିଆଯାଇଥିଲା।

ଏ ସଂକ୍ରାନ୍ତରେ ରିମାଣ୍ଡ ଓକିଲ ଦୟାନିଧି ଚାନ୍ଦ କହିଛନ୍ତି ଆଜି ଗୋପାଳ ଦାସଙ୍କୁ ଜେଏମଏଫସି-୧ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କମିଟମେଣ୍ଟ ହେବା ପରେ ଜେଏମଏଫସି ଏହି ମାମଲାକୁ ଜିଲା ଓ ଦୌରା ଜଜଙ୍କ ଅଦାଲତକୁ ସ୍ଥାନାନ୍ତର କରିଥିଲେ। ଆସନ୍ତା ତାରିଖରେ ଏହାର ଚାର୍ଜଫ୍ରେମ ହେବା ପରେ ଶୁଣାଣି ଆରମ୍ଭ ହେବ ବୋଲି କହିଛନ୍ତି।

- Advertisement -

ଜାନୁଆରୀ ୨୯ ତାରିଖ ଦିନ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବ୍ରଜରାଜନଗରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବା ବେଳେ ଏଏସଆଇ ଗୋପାଳ ଦାସ ଗୁଳିମାରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ ୩ ପର୍ଯ୍ୟାୟରେ ୧୪ଦିନ ରିମାଣ୍ଡରେ ନେଇ ଜେରା କରିଥିଲା। ରିମାଣ୍ଡ ଅବଧି ସରିବା ପରେ ଫେବୃଆରୀ ୧୪ ତାରିଖରେ ଗୋପାଳକୁ ସୁରକ୍ଷା​‌ ଦୃଷ୍ଟିରୁ କଟକ ଚୌଦ୍ବାର କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories