www.samajalive.in
Monday, December 15, 2025
15.1 C
Bhubaneswar

କଣ ହେବ ସୀମାଙ୍କ ଭବିଷ୍ୟତ!

ଡେସ୍କ: ଏବେ ସାରା ଦେଶରେ ନିଜ ୪ ଜଣ ପିଲାଙ୍କ ସହ ବେନିୟମ ଭାବେ ଭାରତ ଆସିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ନିକଟରେ ପୁଲିସ ସୀମା ଓ ତାର ପ୍ରେମିକ ସଚିନକୁ ଗିରଫ କରିଥିଲା। କିନ୍ତୁ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଭାରତୀୟ ଆଇନ ଅନୁଯାୟୀ ସୀମା ହାଇଦରଙ୍କୁ ପ୍ରବାସୀ ଭାରତୀୟ ବୋଲି ବିବେଚନା କରାଯିବ କିନ୍ତୁ ସେ ଆଇନ ଅନୁଯାୟୀ ଧର୍ମ ପରିବର୍ତ୍ତନ କରି ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସଚିନକୁ ବିବାହ କରିପାରିବେ। ପ୍ରବାସୀ ଭାରତୀୟଂକୁ ଭାରତୀୟ ନାଗରିକତା ପ୍ରଦାନ କରିବା ନେଇ କୌଣସି ଆଇନ ନାହିଁ।

ଭାରତୀୟ ଆଇନ ଅନୁଯାୟୀ ସେହି ବିଦେଶୀମାନଙ୍କୁ ଅବୈଧ ପ୍ରବାସୀ କୁହାଯାଏ ଯେଉଁମାନେ ବୈଧ ପାସପୋର୍ଟ କିମ୍ବା ଭିସା ନ ଥାଇ ଦେଶମଧ୍ୟକୁ ପ୍ରବେଶ କରନ୍ତି କିମ୍ବା ବୈଧ ଦସ୍ତାବିଜ ଥାଇ ଅନୁମୋଦିତ ଅବଧି ଠାରୁ ଅଧିକ ସମୟ ରହିଥାନ୍ତି। ସେମାନଙ୍କୁ ଭାରତୀୟ ନାଗରିକତ୍ଵ ମିଳିନଥାଏ।

- Advertisement -

ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଭାରତରେ ସୀମା ହାଇଦରର ଭବିଷ୍ୟତ କଣ ହେବ ଏବଂ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କେଉଁ ପଦକ୍ଷେପ ଗ୍ରହଣ କରାଯିବ। ବିଦେଶୀ ଅଧିନିୟମ ୧୯୪୬ ଏବଂ ପାସପୋର୍ଟ ଅଧିନିୟମ ୧୯୨୦ ଅନୁଯାୟୀ, ଅବୈଧ ପ୍ରବାସୀଙ୍କୁ ଜେଲ ଦଣ୍ଡ କିମ୍ବା ନିର୍ବାସନ ଦଣ୍ଡ ଦିଆଯାଇପାରେ। ସେହିପରି ୧୯୪୬ ଏବଂ ୧୯୨୦ ଅଧିନିୟମ ଅନୁଯାୟୀ ସରକାର ଭାରତ ମଧ୍ୟକୁ ପ୍ରବେଶ କରିବା ଓ ରହିବା ଭଳି ସୁବିଧା ପ୍ରଦାନ କରୁଥିବା ବେଳେ ୨୦୧୫ ଏବଂ ୨୦୧୬ ଅଧିନିୟମ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସି ଏବଂ ଈସାଈ ଧର୍ମର ଲୋକମାନେ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବେ ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ। ଏହାର ଅର୍ଥ ହେଉଛି, ସୀମା ହାଇଦରଙ୍କୁ ବେଆଇନ ଭାବେ ଭାରତ ମଧ୍ୟକୁ ପ୍ରବେଶ କରିଥିବାରୁ ତାଙ୍କୁ କୌଣସି ରିହାତି ମିଳିବାର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ଜାମିନ ପ୍ରଦାନ ବେଳେ କୋର୍ଟ ମଧ୍ୟ କେତେକ ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁଯାୟୀ, ସୀମା ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବେ ନାହିଁ ଏବଂ ଯଦି ସେ ରହୁଥିବା ଠିକଣାରେ ପରିବର୍ତ୍ତନ ହୁଏ ସେ କୋର୍ଟଙ୍କୁ ଜଣାଇବେ। ସୀମାଙ୍କ କହିବା ଅନୁଯାୟୀ, ସେ ହିନ୍ଦୁ ଧର୍ମ ଗ୍ରହଣ କରିସାରିଛନ୍ତି ଓ ସେ ଏବେ ସଚିନଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି। ଏ ନେଇ ସୀମା ପ୍ରକୃତରେ ରୀତିନୀତି ଅନୁଯାୟୀ ହିନ୍ଦୁ ଧର୍ମ ଗ୍ରହଣ କରିନଥିବା ଜଣାପଡିଛି। ନିୟମାନୁଯାୟୀ, ଜଣେ ଯଦି ମୁସଲିମ ଧର୍ମରୁ ହିନ୍ଦୁ ଧର୍ମକୁ ପରିବର୍ତ୍ତନ ହେବାକୁ ଚାହିଁବ, ତାଙ୍କୁ ନିକଟସ୍ଥ ଆର୍ଯ୍ୟ ସମାଜ ମନ୍ଦିରକୁ ଯାଇ ନିଜ ଇଛା ଜଣାଇବାକୁ ପଡିବ। ଏଥିପାଇଁ ଆବଶ୍ୟକ ପ୍ରାମାଣିକ ଦସ୍ତାବିଜ ଦାଖଲ କରିବାକୁ ପଡିବ। ଏଥିପାଇଁ ଅନ୍ୟୁନ ୧୫ରୁ ୨୦ ଦିନ ଲାଗୁଥିବା ବେଳେ ଆବଶ୍ୟକ ସ୍ଥଳେ ଅଧିକ ଦିନ ମଧ୍ୟ ଲାଗିପାରେ। ଧର୍ମ ପରିବର୍ତ୍ତନ ପାଇଁ ଚିହ୍ନଟ ପତ୍ର, ବାସସ୍ଥାନ ଠିକଣା ପ୍ରମାଣପତ୍ର, ପାସପୋର୍ଟ ଫଟୋ ଜମା କରିବା ସହ ଧର୍ମ ପରିବର୍ତନର କାରଣ ଜଣାଇବାକୁ ପଡିବ।

ତେଣୁ ଏ କ୍ଷେତ୍ରରେ ଯଦି ସୀମା ନିୟମ ମୁତାବକ ହିନ୍ଦୁ ଧର୍ମ ଗ୍ରହଣ କରନ୍ତି ତେବେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ନିଜର ନୂଆ ନାଁ ଏବଂ ପରିଚୟ ସ୍ୱରୂପ ସଚିନକୁ ବିବାହ କରିପାରିବେ। ପୂର୍ବରୁ କେତେକ ଘଟଣାରେ ବେଆଇନ ଭାବେ ପାକିସ୍ତାନରୁ ଭାରତ ପଳେଇ ଆସିଥିବା ମହିଳାମାନଙ୍କୁ ଭାରତ ସରକାର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନକୁ ଫେରାଇ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ସୀମା-ସଚିନ ବିବାଦ ଉପରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories