www.samajalive.in
Saturday, December 13, 2025
23.1 C
Bhubaneswar

ଡାକ୍ତର, ଇଞ୍ଜିନିୟର କହି ୧୫ ମହିଳାଙ୍କୁ ବିବାହ

ମହୀଶୂରୁ : ଡାକ୍ତର, ଇଞ୍ଜିନିୟର ପରିଚୟରେ ୧୫ ମହିଳାଙ୍କୁ ଫସାଇ ବିବାହ କରିଥିଲେ; କିନ୍ତୁ ଏ ଲୀଳା ବେଶୀ ଦିନ ଚାଲିପାରିଲା ନାହିଁ। ଭଲ ଇଂରାଜୀ କହି ନପାରିବାରୁ ଚଳିତ ବର୍ଷ ପ୍ରାରମ୍ଭରେ ବିବାହ କରିଥିବା ପତ୍ନୀଙ୍କର ତାଙ୍କ ପ୍ରତି ସନ୍ଦେହ ହେଲା ଏବଂ ଶେଷରେ ଧୂର୍ତ୍ତ ବ୍ୟକ୍ତିଜଣଙ୍କ ଧରାପଡ଼ିଗଲା। ଏଭଳି ଖବର ମିଳିଛି କର୍ଣ୍ଣାଟକର ଟୁମାକୁରଠାରେ ଓ ଅଭିଯୁକ୍ତ ହେଉଛନ୍ତି ବେଙ୍ଗାଲୁରୁ ନିକଟ ବନଶଙ୍କରୀ ଗ୍ରାମର ୩୫ ବର୍ଷୀୟ ମହେଶ କେ.ବି ନାୟକ। ପୁଲିସ ସୂଚନାନୁଯାୟୀ, ମହେଶଙ୍କର ୪ ସନ୍ତାନ ଅଛନ୍ତି। ୨୦୧୪ରୁ ସେ ଏଭଳି କାରବାର ଆରମ୍ଭ କରିଥିଲେ। ସେ ଏକ ୱେବ୍‌ସାଇଟ୍‌ ଖୋଲି ଏଥିରେ ନକଲି ବୈବାହିକ ରୂପରେଖ ବର୍ଣ୍ଣନା ବଖାଣିଥିଲେ। କେଉଁଠି ସେ ନିଜକୁ ଡାକ୍ତର ଓ କେଉଁଠି ଇଞ୍ଜିନିୟର ବୋଲି ଲେଖି ମହିଳାଙ୍କୁ ଆକର୍ଷିତ କରୁଥିଲେ। ଏମିତିକି ଟୁମାକୁରୁଠାରେ ଏକ କ୍ଲିନିକ ମଧ୍ୟ ଖୋଲିଥିଲେ। ଏହାକୁ ଚଳାଇବା ପାଇଁ ଜଣେ ଧାଇ ନିଯୁକ୍ତ ହୋଇଥିଲେ। ଏଥିରେ ଫସୁଥିବା ଶିକ୍ଷିତ ମହିଳାଙ୍କୁ ବିବାହ ପରେ ତାଙ୍କଠାରୁ ଗହଣା ଓ ଟଙ୍କା ଆଦି ଧରି ଫେରାର ହୋଇଯାଉଥିଲେ। କେହି କେହି ସନ୍ଦେହ କରୁଥିଲେ ମଧ୍ୟ କିଛି କରିବା ପୂର୍ବରୁ ସର୍ବସ୍ବାନ୍ତ ହୋଇଯାଉଥିଲେ। ବହୁ ମହିଳା ତାଙ୍କ ସମ୍ପର୍କରେ ଆସିଥିଲେ ମଧ୍ୟ ଦୁର୍ବଳ ଇଂରାଜୀ ଯୋଗୁଁ ବିବାହ କରିନଥିଲେ। ଶେଷ ପତ୍ନୀ ଭାବେ ନିକଟରେ ସେ ଜଣେ ସଫ୍ଟ​‌େ​‌ୟର ଇଞ୍ଜନିୟରଙ୍କୁ ବିବାହ କରିଥିଲେ। ମହେଶଙ୍କ ଦୁର୍ବଳ ଇଂରାଜୀରୁ ତାଙ୍କ ପ୍ରତି ମହିଳାଙ୍କର ସନ୍ଦେହ ହୋଇଥିଲା ଓ ​‌େ​‌ସ ପୁଲିସକୁ ଜଣାଇଥିଲେ। ପରେ ଠକେଇର ଶିକାର ହୋଇଥିବା ଅନ୍ୟ ଜଣେ ମହିଳା ମଧ୍ୟ ଥାନାରେ ପହଞ୍ଚିଥିଲେ। ଟୁମାକୁରୁ ପୁଲିସ କୌଶଳକ୍ରମେ ସୋମବାର ମହେଶଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories