www.samajalive.in
Sunday, December 14, 2025
19.1 C
Bhubaneswar

ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଜିଲାପାଳଙ୍କ ଜିଲା ପାଠାଗାର ପରିଦର୍ଶନ

ବୌଦ୍ଧ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲିପ କୁମାର ରାଉତରାଏ ଓ ବୌଦ୍ଧର ନବନିଯୁକ୍ତ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ବୌଦ୍ଧ ଜିଲା ପାଠାଗାର ସହିତ ସଂସ୍କୃତି ବିଭାଗର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ନିର୍ଦ୍ଦେଶକ ଓ ଜିଲାପାଳ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଜିଲା ପାଠାଗାର ବୁଲି ଦେଖିବା ସହିତ ପାଠକମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ଓ ଆବଶ୍ୟକତା ସଂପର୍କରେ ଅନୁଧ୍ୟାନ କରିଥିଲେ । ପାଠାଗାର ମଧ୍ୟରେ ଶିଶୁମାନଙ୍କ ପାଇଁ ଉପଯୋଗୀ ପୁସ୍ତକ ବ୍ୟବସ୍ଥା କରିବା ସହିତ କାନ୍ଥଗୁଡିକରେ ବିଭିନ୍ନ ଶିକ୍ଷଣିୟ ପ୍ରସଙ୍ଗ ସବୁ ଚିତ୍ରିତ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି ପୂର୍ବତନ ଜିଲାପାଳଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଜିଲା ପାଠାଗାର ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଥିଲା । ପ୍ରତିଦିନ ଶହ ଶହ ସଂଖ୍ୟାରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ପାଠକମାନେ ପାଠାଗାର ଆସୁଛନ୍ତି । ପାଠାଗାର ପ୍ରତି ଛାତ୍ରଛାତ୍ରୀମାନଙ୍କ ଆକର୍ଷଣ ଓ ପଠନ ଅଭ୍ୟାସ ପାଇଁ ପ୍ରତି ସପ୍ତାହରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଅଛି । ସମସ୍ତ ବ୍ୟବସ୍ଥା ଦେଖି ନିର୍ଦ୍ଦେଶକ ଶ୍ରୀ ରାଉତରାଏ ଓ ଜିଲାପାଳ ଶ୍ରୀ ସ୍ୱାଇଁ ଖୁସିବ୍ୟକ୍ତ କରିଥିଲେ । ପାଠାଗାର ସଫଳ ପରିଚାଳନା ପାଇଁ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ଲାଇବ୍ରେରିଆନ ଅକ୍ଷୟ କୁମାର ମହାକୁଡଙ୍କୁ ପ୍ରଶଂସା କରିଥିଲେ। ପରେ ସଂସ୍କୃତି ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିବା ବେଳେ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିବା ସହିତ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀରାଉତରାଏ ପ୍ରକାଶ କରିଥିଲେ। ଏହି ଅବସରରେସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories