www.samajalive.in
Monday, December 15, 2025
15.1 C
Bhubaneswar

କାମରେ ଲାଗୁନି ଲକ୍ଷଲକ୍ଷ ଟଙ୍କାର ଆବର୍ଜନା ପରିଚାଳନା ଯନ୍ତ୍ର

ତିଗିରିଆ :  ପରିଷ୍କାର ପରିଚ୍ଛନ୍ନତା ସ୍ବାସ୍ଥ୍ୟ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ଅନ୍ୟ କେଉଁଠି ଥାଉ କି ନଥାଉ, ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଅତ୍ୟନ୍ତ ପ୍ରୟୋଜନୀୟ। ସ୍ୱାସ୍ଥ୍ୟକେନ୍ଦ୍ର ଅସ୍ୱାସ୍ଥ୍ୟକର ହୋଇପଡ଼ିଲେ ଚିକିତ୍ସା କ୍ଷେତ୍ରରେ ବିକୃତି ପରିଲକ୍ଷିତ ହୋଇଥାଏ। ଏହା​ଉଭୟ ରୋଗୀଙ୍କ ମାନସିକ ଓ ଶାରୀରିକ ଅସୁସ୍ଥତା ବଢ଼ାଇ ଦେଇଥାଏ। ଏକଥା ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ଉପରୁ ତଳ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଜଣା। ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ମଧ୍ୟରେ ରଖିବା ବାବଦରେ ସରକାର ଅନେକ ଯୋଜନା ସୃଷ୍ଟି କରି କୋଟିକୋଟି ଟଙ୍କାର ଅନୁଦାନକୁ ମଧ୍ୟ ବିନିଯୋଗ କରି ଚାଲିଛନ୍ତି। ହେଲେ କାର୍ଯ୍ୟକାରିତାରେ ରୁଗଣ ପରିସ୍ଥିତି ଦେଖିବାକୁ ମିଳୁଛି । ଏଭଳି ଏକ ବିପର୍ଯ୍ୟସ୍ତ ସ୍ଥିତିରେ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗତି କରୁଥିବା ଦେଖିବାକୁ ମିଳୁଛି |
ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହିର୍ବିଭାଗ ଠାରୁ ଆରମ୍ଭ କରି ଅନ୍ତର୍ବିଭାଗ ଏବଂ ପାରିପାର୍ଶ୍ବିକ ପରିମଳ ବ୍ୟବସ୍ଥା ରୁଗଣ ଅବସ୍ଥାରେ ରହିଛି। ଡ୍ରେସିଂରୁମ୍ ଠାରୁ ରୋଗୀଶଯ୍ୟା ପର୍ଯ୍ୟନ୍ତ ସ୍ଵଚ୍ଛତାର ନାଁ ଗନ୍ଧ ନାହିଁ। ରୋଗୀଙ୍କ ଶଯ୍ୟାରେ ସାପ୍ତାହିକ ସାତ ଦିନକୁ ସାତ ରଙ୍ଗର ବେଡ଼ସିଟ୍ ପକାଇବା ନିୟମ ଥିବା ବେଳେ ଗୋଟେ ହେଲେ ବି ବେଡସିଟ୍ ପଡୁନଥିବା ଅଭିଯୋଗ ହୋଇ ଆସୁଛି। ଖଟିଆରେ ପଡ଼ିଥିବା ଗଦି ଚିରି ଫାଟି ଆଁ କରି ନଡ଼ିଆ କତା ଦିଶୁଛି । କାନ୍ଥରେ କଳା ମଇଳା ଲାଗି ଅସନା ଦିଶୁଛି। ଝରକା କବାଟରେ କଲଙ୍କି ଲାଗିଗଲାଣି । ରୋଗୀ ସମ୍ପୂର୍ଣ୍ଣ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚିକିତ୍ସିତ ହେଉଛନ୍ତି । ଡ୍ରେସିଂ ବେଡ୍ କଳଙ୍କି ଲାଗି କଣା ହୋଇଗଲାଣି। ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ଅବସ୍ଥା ଦେଖିଲେ ସରକାରଙ୍କ ନିର୍ମଳ, ନିର୍ମଳ ପ୍ଲସ ଯୋଜନା ଏଠାରେ କିଭଳି କର୍ଯ୍ୟକାରୀ ହେଉଛି ତାହା ସହଜ ଅନୁମେୟ। ସେହିଭଳି ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ଉଦ୍ଦିଷ୍ଟ ଥଣ୍ଡା ପାନୀୟ ଜଳ ମେସିନରେ ସିଉଳି ପଡ଼ିଲାଣି । ପାନୀୟ ଜଳ ମେସିନ୍ ଥିବା ସ୍ଥାନଟି କାଦୁଅରେ ଭରିଯାଇଛି।
ଦେଖିବାକୁ ଗଲେ ଡାକ୍ତରଖାନା ଆବର୍ଜନା ପରିଚାଳନା ବ୍ୟବସ୍ଥା ଏଠି ସମ୍ପୂର୍ଣ ବିଫଳ ହୋଇଛି। ଡାକ୍ତରଖାନା ଆବର୍ଜନା ପରିଚାଳନା ଯନ୍ତ୍ର କାମରେ ଲାଗୁନଥିବା ଜଣାପଡ଼ିଛି। ଗତ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ହେବ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆବର୍ଜନା ପରିଚାଳନା ଲାଗି ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାର ଦୁଇଟି ୱେଷ୍ଟ ସେଡର ଯୋଗାଣ କରିଛନ୍ତି। ହେଲେ ଉକ୍ତ ଯନ୍ତ୍ରକୁ ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରତିଷ୍ଠା କରିବା, ବିଦ୍ୟୁତ୍ ଯୋଗାଣ କରି କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ତାହା ଡାକ୍ତରଖାନା ପରିସରରେ ପଡ଼ି ଖତଖାଉଛି। ସେହିଭଳି ବିଏମ୍  ଡବ୍ଲ୍ୟୁ  କଣ୍ଟେନମେଣ୍ଟ ସ୍ଥାନ ଗଛ ଲତାରେ ପୂର୍ଣ୍ଣ । ଏହାକୁ  ବ୍ୟବହାର କରାନଯାଇ ଔଷଧ,ସିରିଞ୍ଜ, ସାଲାଇନ ବୋତଲ, ସିରିଞ୍ଜି ଛୁଞ୍ଚି ଗଜ କପଡା ଇତ୍ୟାଦି ଇତଃସ୍ତତଃ ଭାବେ ବାହାରେ ଗଦାମାରି ପୋଡ଼ା ଯାଉଛି। ଯାହା କି ନିୟମର ଖୋଲା ଉଲ୍ଲଘଂନ ହେଉଛି । ସଂକ୍ରମଣ ଜନିତ ବିପଦକୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଦୂରେଇବା ପାଇଁ ଏଵଂ ବିଭିନ୍ନ ଧାତବ, ପ୍ଲାଷ୍ଟିକ ଓ କାଚ ଜାତୀୟ ଆବର୍ଜନାକୁ ଗୁଣ୍ଡ କରି ଏକ ନିର୍ଦ୍ଧିଷ୍ଟ ଆବର୍ଜନା କୁଣ୍ଡରେ ରଖିବା ପାଇଁ ସରକାର ୱେଷ୍ଟ ସେଡର ମେସିନ୍ ଯୋଗାଣ କରିଥିଲେ ମଧ୍ୟ ତାହା ଦିନକ ପାଇଁ କାମରେ ଲାଗିନାହିଁ। ଡାକ୍ତରଖାନା ମୁଖ୍ୟ ଯାତାୟତ ରାସ୍ତା ଅବସ୍ଥା ନକହିବା ଭଲ। ରାସ୍ତାଟି ଖାଲ ଖମା ହୋଇଥିବାରୁ ବର୍ଷା ପାଣି ଜମି କାଦୁଅ ଭରି ରହୁଛି। ଯାହା ଦ୍ଵାରା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସାଧାରଣ ରୋଗୀ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories