www.samajalive.in
Monday, December 15, 2025
27.1 C
Bhubaneswar

ଅଙ୍କୁରାରେ ବ୍ଲାଷ୍ଟିଂକୁ ନେଇ ଉତ୍ତେଜନା ; ଭାଙ୍ଗିଲା ଘର, ଦୁଇ କର୍ମଚାରୀ ଅଟକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ୧ ନଂ ୱାର୍ଡରେ ଥିବା ଏକ  ଠିକା ସଂସ୍ଥାର ପଥର ଖଣିରେ ରବିବାର ଦିନ ବେଳା ଡିପ ହୋଲ୍ ବ୍ଲାଷ୍ଟିଂରେ ପଥର ଛିଟିକି ସ୍ଥାନୀୟ ବିଦ୍ୟାଳୟର ତାଜିଆ ଭାଙ୍ଗିବା ଓ ପରିସରରେ ପଥର ପଡିଥିବାବେଳେ ରମେଶ ମହାରଣାଙ୍କ ଘର ଟାଇଲ ଉପରେ ପଥର ପଡି ଘର ଭିତରେ ଥିବା ଖଟକୁ ଭାଙ୍ଗି ଦେଇଥିଲା। ଖଟରେ କେହି ନଥିବାରୁ ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁର୍ଗା କ୍ରସରରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ଠିକା ସଂସ୍ଥା ବିରୋଧରେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ପାଟଣା ଥାନାର ଭାରପ୍ରାପ୍ତ ଅଧିକାରୀ ମନୋରମା ସ୍ୱାଇଁ,ଏଏସ୍ଆଇ ପଦ୍ମାବତୀ ବିଶ୍ୱାଳ, ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ପ୍ରମୁଖ ଅଙ୍କୁରା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା ଚଳାଇଛନ୍ତି। ଖଣିରେ ବ୍ଲାଷ୍ଟିଂ ବନ୍ଦ ନକଲେ କ୍ରସର ଚଳାଇ ଦେବୁନାହିଁ ଜିଦରେ ଗ୍ରାମବାସୀ ଅଡି ବସିଛନ୍ତି । ସଂଧ୍ୟା ସୁଦ୍ଧା ଠିକା ସଂସ୍ଥାର ୨ କର୍ମଚାରୀ ଗ୍ରାମବାସୀଙ୍କ ଦ୍ଵାରା ଅଟକ ଥିବାବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବାପାଇଁ ପାଟଣା ପୁଲିସ ଅତିରିକ୍ତ ପୁଲିସ ବାହିନୀ ମଗାଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି । ସୂଚନା ଯୋଗ୍ୟ ଯେ ପଥର ଫଟାଇବା ପାଇଁ ୫ ରୁ ୭ ମିଟର ଗଭୀର ବ୍ଲାଷ୍ଟିଂ ବଦଳରେ ଏଠାରେ ଅଧିକ ଗଭୀର ବ୍ଲାଷ୍ଟିଂ କରାଯାଉଥିବା କାରଣରୁ ଆଜିର ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories