ଗୋପାଳପୁର: ଗୋପାଳପୁର ଏନଏସି କାର୍ଯ୍ୟାଳୟରେ ଆଜି ଅଧକ୍ଷ ଏ.ଜାନକୀ ରାମଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେଲୁଆ ପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରୋଗ୍ରାମ ମ୍ୟାନେଜର ରଞ୍ଜନ କୁମାର ପ୍ରଧାନ ଏଵଂ ଭିବିଡି ଟେକ୍ନିକାଲ ସୂପରଭାଇଯର ପ୍ରଫୁଲ୍ଲ ପ୍ରଧାନ ଯୋଗ ଦେଇ ଫlଲେରିଆ କାରଣ, ଲକ୍ଷଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୦ ଠାରୁ ୧୯ ତାରିଖ ମଧ୍ୟରେ ସମସ୍ତ ଗୋପାଳପୁରବାସିଙ୍କୁ ଫାଇଲେରିଆ ଔଷଧ ମାଗଣାରେ ବଣ୍ଟନ କରି ଫାଇଲେରିଆ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ସମସ୍ତ କାଉନସିଲରଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



