www.samajalive.in
Monday, December 15, 2025
27.1 C
Bhubaneswar

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକ ଶିକ୍ଷା କାର୍ୟ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷାଧିକାରୀ ପ୍ରିୟ ରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ରାଉତ, ବ୍ଳକ ଉପାଧ୍ୟକ୍ଷ ମାନସ କୁମାର ସାହୁ ଏବଂ ସହଶିକ୍ଷାଧିକାରୀ ସଂଯୁକ୍ତା ଚୋଧୁରୀ, ସାଧନ କେନ୍ଦ୍ର ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ର ଯୋଗଦେଇ ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ପିଲାମାନଙ୍କ ଯତ୍ନ ଏବଂ ସେମାନଙ୍କୁ ସାଧାରଣ ପିଲାମାନଙ୍କ ସମକ୍ଷକ କରାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହିତ ସେମାନଙ୍କ ଲାଗି ମାଗଣାରେ ରାଜ୍ୟ ସରକାର ଯୋଗାଇ ଦେଉଥିବା ସହାୟକ ସାମଗ୍ରୀଗୁଡିକର ଉପଯୋଗ କରିବାକୁ ଅନୁରୋଧ କରିଥିଲେ। ବ୍ଳକର ବରିଷ୍ଠ ଶିକ୍ଷକ ବିଦ୍ୟାଧର ସାମଲଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଗୋଷ୍ଠି ସାଧାନ କର୍ମୀ ସବିତା ପଣ୍ଡା ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ନେଇ ମତ ପ୍ରକାଶ କରିଥିଲେ । ସେହିଭଳି ସାଧନ କର୍ମୀ ବିଜୟ କୁମାର ସାହୁ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ପଣ୍ଡା, ପ୍ରମୋଦ କୁମାର ଗୋଛି, ସଚ୍ଚିଦାନନ୍ଦ ରାଉଳ, ଭକ୍ତ ଚରଣ ନାୟକ ଏବଂ ସ୍ୱେଛାସେବୀ ସଂଜୟରତ୍ନ ରାଉତ ପ୍ରମୁଖ ସହଯୋଗରେ ୩୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ବ୍ୟବସ୍ଥା ପାଇଁ ଏମଏସଆଇଡି କିଟ୍, ହୁଇଲ ଚେୟାର, ରୋଲୋର, ସିପି ଚେୟାର ଏବଂ ଫିଜୋ ବଲ ପ୍ରଦାନ କରାଯାଇଥିଲା।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories