www.samajalive.in
Saturday, December 13, 2025
21.1 C
Bhubaneswar

ଭାରତୀୟ ଦଳରେ ଓଡ଼ିଶାରୁ ଅମିତ, ନିଲମ

ନୂଆଦିଲ୍ଲୀ  : ସ୍ପେନ ହକି ମହାସଂଘର ଶତବାର୍ଷିକୀ ଅବସରରେ ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଚଳିତ ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ତିରାଶାରେ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ହକି ଇଣ୍ଡିଆ ପକ୍ଷରୁ ୨୪ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହ ଅଧିନାୟକ ଓ ହାର୍ଦିକ ସିଂହ ଉପ ଅଧିନାୟକ ରହିଛନ୍ତି। ଦଳରେ ଦୁଇ ଓଡ଼ିଆ ଖେଳାଳି ଡିଫେଣ୍ଡର ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ସ୍ଥାନ ପାଇଛନ୍ତି। ଦଳରେ ଦୁଇଜଣ ଗୋଲରକ୍ଷକ ପି.ଆର ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକ ରହିଛନ୍ତି। ଡିଫେଣ୍ଡର ଭାବେ ଜର୍ମାନପ୍ରୀତ ସିଂହ, ନୀଲମ ସଞ୍ଜୀପ ଖେସ,ମନପ୍ରୀତ ସିଂହ, ଅମିତ ରୋହିଦାସ,ହରମାନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ସଞ୍ଜୟ ରହିଥିବାବେଳେ ମଧ୍ୟଭାଗରେ ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ, ନୀଳକାନ୍ତ ଶର୍ମା, ସମସେର ସିଂହ, ରାଜକୁମାର ପାଲ୍‌, ଅଗ୍ରଭାଗରେ ଲଳିତ କୁମାର ଉପାଧ୍ୟାୟ, ମନଦୀପ୍‌ ସିଂହ, ଗୁର୍‌ଜାଣ୍ଟ ସିଂହ, ସୁଖଜିତ ସିଂହ,ଅଭିଷେକ, ପୱନ, ଦିଲପ୍ରୀତ ସିଂହ, ସିମରନଜିତ୍‌ ସିଂହ ଓ କାର୍ତ୍ତି ସାଲଭନ ରହିଛନ୍ତି। ପ୍ରତିଯୋଗିତାରେ ଆୟୋଜନ ସ୍ପେନ ସହ ଭାରତ, ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ଦଳ ଅଂଶଗ୍ରହଣ କରିବେ। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲଟନ କହିଛନ୍ତି ଯେ, ଚତଃୁରାଷ୍ଟ୍ରୀୟ ହକି ପ୍ରତିଯୋଗିତା ଏସିଆନ ଚମ୍ପିଆନ୍‌ସ ଟ୍ରଫି ଓ ଏସୀୟ କ୍ରୀଡ଼ା ପ୍ରସ୍ତୁତିରେ ସହାୟକ ହେବ ବୋଲି କହିଛନ୍ତି।
ଭାରତୀୟ ଦଳ : ପି.ଆର ଶ୍ରୀଜେଶ, କ୍ରିଷ୍ଣା ବାହାଦୂର ପାଠକ (ଗୋଲରକ୍ଷକ), ଜର୍ମାନପ୍ରୀତ ସିଂହ, ନୀଲମ ସଞ୍ଜୀପ ଖେସ, ମନପ୍ରୀତ ସିଂହ, ଅମିତ ରୋହିଦାସ, ହରମାନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର,ସଞ୍ଜୟ (ସମସ୍ତେ ଡିଫେଣ୍ଡର), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ, ନୀଳକାନ୍ତ ଶର୍ମା, ସମସେର ସିଂହ, ରାଜ୍‌କୁମାର ପାଲ (ସମସ୍ତେ ମିଡ୍‌ଫିଲଡର), ଲଳିତ କୁମାର ଉପାଧ୍ୟାୟ, ମନଦୀପ୍‌ ସିଂହ, ଗୁର୍‌ଜାଣ୍ଟ ସିଂହ, ସୁଖଜିତ ସିଂହ, ଅଭିଷେକ, ପୱନ, ଦିଲପ୍ରୀତ ସିଂହ, ସିମରନଜିତ ସିଂହ, କାର୍ତ୍ତି ସାଲଭାମ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories