ଇସଲାମାବାଦ : ପାକିସ୍ତାନୀ ଅଭିନେତ୍ରୀ ମେହନୁର ବାଲୁଚ୍ ବଲିଉଡ୍ ଅଭିନେତା ଶାହରୁଖ ଖାଁଙ୍କୁ ସମାଲୋଚନା କରିବା ନେଇ ବିବାଦ ସୃଷ୍ଟି ହୋଇଛି । ଶାହରୁଖ ଆଦୌ ସୁନ୍ଦର ନୁହନ୍ତି କିମ୍ବା ସେ ଅଭିନୟ ଜାଣି ନାହାନ୍ତି; ସେ ଆଦୌ ଆକର୍ଷଣୀୟ ଅଭିନେତା ନୁହନ୍ତି ବୋଲି ୫୨ବର୍ଷୀୟା ମେହନୁର ମନ୍ତବ୍ୟ ଦେଇଛନ୍ତି । ଶାହରୁଖ କେବଳ ବ୍ୟବସାୟ କରିପାରନ୍ତି। ତାଙ୍କର ଭଲ ବ୍ୟକ୍ତିତ୍ବ ରହିଥିବାରୁ ଦକ୍ଷତା ନଥାଇ ବଜାରରେ କେମିତି ନିଜର ଚାହିଦା ବଢ଼ାଇପାରିବେ ତାହା କେବଳ ଜାଣନ୍ତି ବୋଲି ସେ କହିବା ପରେ କିଙ୍ଗ୍ ଖାଁଙ୍କ ପ୍ରଶଂସକମାନେ ଉତ୍କ୍ଷିପ୍ତ ହୋଇଉଠିଛନ୍ତି । ଶାହରୁଖ ଅଭିନୟରେ ରାଜା ବୋଲି ପ୍ରଶଂସକମାନେ କହିଛନ୍ତି। ଇତିମଧ୍ୟରେ ଲସ୍ ଆଞ୍ଜେଲ୍ସଠାରେ ଚଳଚ୍ଚିତ୍ର ସୁଟିଂବେଳେ ଆହତ ହୋଇଥିବା ଶାହରୁଖ ସୁସ୍ଥ ହୋଇଛନ୍ତି।
Popular Categories



