www.samajalive.in
Tuesday, December 9, 2025
17.1 C
Bhubaneswar

ଗୁଳି ଚଳାଇପାରିବେ ବନ କର୍ମଚାରୀ

ଭୁବନେଶ୍ୱର : ଓଡ଼ିଶାର ବନ କର୍ମଚାରୀମାନଙ୍କୁ ଗୁଳି ଚଳାଇବା ପାଇଁ ଆଇନଗତ କ୍ଷମତା ମିଳିଛି । ସଂରକ୍ଷିତ ଜଙ୍ଗଲ ବା ଅଭୟାରଣ୍ୟ ଭିତରେ ଶିକାରୀମାନେ ଆଉ ବନ କର୍ମଚାରୀମାନଙ୍କୁ ବେଆଇନ ବନ୍ଧୁକ ଦେଖେଇ ଡରେଇ ଖସି ପାରିବେ ନାହିଁ। ଏଥର ବେଆଇନ ବନ୍ଧୁକ ଗୁଳିର ଜବାବ ଦେବା ପାଇଁ ବନ କର୍ମଚାରୀମାନଙ୍କୁ ଧରେଇ ଦିଆଯିବ ସରକାରୀ ବନ୍ଧୁକ ଓ ଗୁଳିଗୋଳା। ଶିକାରୀ ଯଦି ପ୍ରାଣ ହରାଏ ତା’ହେଲେ ଆଉ ଚିନ୍ତା କରିବାର କାରଣ ନାହିଁ। କାରଣ ଓଡ଼ିଶାର ବନରକ୍ଷୀ ଏବଂ ତଦୁର୍ଦ୍ଧ୍ବ ସମସ୍ତ ବନ ଅଧିକାରୀଙ୍କୁ ବନ୍ଧୁକ ଚାଳନା କ୍ଷମତା ପ୍ରଦାନ କରିଛି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ରାଜ୍ୟପାଳଙ୍କ ନିର୍ଦେଶରେ ବୁଧବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କ୍ଷମତା ବଳରେ ଯଦି କେହି ବନ ଅଧିକାରୀ ଶିକାରୀ ବା ଅନ୍ୟ କେହି ଦୁର୍ବୃତ୍ତଙ୍କୁ ଗୁଳି ମାରନ୍ତି ତେବେ ସେମାନଙ୍କୁ ଗିରଫଦାରୀର ଭୟ ନାହିଁ। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ହେବା ପରେ ଯଦି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବେ, ତେବେ ଯାଇ ପୁଲିସ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତ ନ ସାରି ସଂପୃକ୍ତ ବନ ଅଧିକାରୀ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ନିର୍ଦୋଷ ବୋଲି ବିବେଚନା କରାଯିବ ଏବଂ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ।
ଏହାଦ୍ବାରା ରାଜ୍ୟର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟଗୁଡ଼ିକର ଉପଯୁକ୍ତ ସୁରକ୍ଷା କରାଯାଇପାରିବ। ସୂଚନାଯୋଗ୍ୟ, ବନରକ୍ଷୀ ଓ ଅନ୍ୟ ବନ କର୍ମଚାରୀଙ୍କର ଗୁଳି ଚଳାଇବା କ୍ଷମତା ନ ଥିବାରୁୁ ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ତାହା ପୂର୍ବରୁ ଶିମିଳିପାଳ ଏବଂ ରାଜ୍ୟର ଅନ୍ୟ ସଂରକ୍ଷିତ ଜଙ୍ଗଲରୁ ବହୁ ହାତୀ, ବାଘ ଆଦି ବନ୍ୟପ୍ରାଣୀ ଶିକାର କରାଯାଇ ସେଗୁଡ଼ିକର ଚମଡ଼ା ଓ ଶରୀରର ବିଭିନ୍ନ ଅଂଶ ଚୋରାରେ ବିକ୍ରି କରି ଚୋରା ବେପାରୀ ବିପୁଳ ଅର୍ଥ ରୋଜଗାର କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories