www.samajalive.in
Monday, December 15, 2025
17.1 C
Bhubaneswar

ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ​‌ ଭେଟିଲେ ନୀତୀଶ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ପୁନର୍ବାର ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା କ୍ରମରେ ନୀତୀଶ ସୋମବାର ସନ୍ଧ୍ୟାରେ ଅଘୋଷିତ ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି। ଉଭୟ ମଧ୍ୟରେ ପ୍ରାୟ ୨୫ ମିନିଟ୍‌ ସାକ୍ଷାତ ଆଲୋଚନା ହୋଇଥିଲା। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଥିବାରୁ ନୀତୀଶ ଏପରି ସାକ୍ଷାତ କରିଥିବା କୁହାଯାଉଛି । ରାଜନୈତିକ ପାଣିପାଗକୁ ଠିକ୍ ଆକଳନ କରିପାରୁଥିବା ନୀତୀଶ ନିୟମିତ ଭାବେ ମେଣ୍ଟ ପରିବର୍ତ୍ତନ କରି କ୍ଷମତାରେ ରହିଆସୁଛନ୍ତି । ଗତବର୍ଷ ନୀତୀଶ ବିଜେପି ଠାରୁ ମେଣ୍ଟ ସମ୍ପର୍କ ତୁଟାଇ ଆରଜେଡି-କଂଗ୍ରେସ ମେଣ୍ଟରେ ସାମିଲ ହୋଇଥିଲେ। ହରିବଂଶଙ୍କୁ ନୀତୀଶଙ୍କ ସାକ୍ଷାତ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ଜେଡିୟୁ ନେତା ଅଶୋକ ଚୌଧୁରୀ ଖଣ୍ଡନ କରିଛନ୍ତି । ଚୌଧୁରୀ କହିଛନ୍ତି ଯେ ହରିବଂଶ ଜେଡିୟୁର ସାଂସଦ। ତେଣୁ ତାଙ୍କୁ ନୀତୀଶ ସାକ୍ଷାତ କରିବା ପଛରେ କୌଣସି ପ୍ରକାର ଭିନ୍ନ ଆଲୋଚନା କରାଯିବା ଉଚିତ୍ ନୁହେଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories