www.samajalive.in
Saturday, December 6, 2025
26.1 C
Bhubaneswar

ଭାରତର ଜି-୨୦ ଅଧ୍ୟକ୍ଷତା, ଆଜି ବେଙ୍ଗାଲୁରୁରେ ମହାକାଶ ଅର୍ଥନୀତି ନେତୃତ୍ୱ ବୈଠକ

ଡେସ୍କ: ଜି-୨୦ର ଅଧ୍ୟକ୍ଷତାର ଏକ ଅଂଶ ଭାବରେ ଆଜି ବେଙ୍ଗାଲୁରୁରେ ସ୍ପେସ୍ ଇକୋନୋମି ଲିଡର୍ସ ମିଟିଂ (ମହାକାଶ ଅର୍ଥନୀତି ନେତୃତ୍ୱ ବୈଠକ)ର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ବୈଠକରେ ମହାକାଶ ମିଶନ ଅର୍ଥନୀତିର ଅଂଶୀଦାର, ମହାକାଶ ଏଜେନ୍ସିର ଦାୟିତ୍ୱ ଏବଂ ମହାକାଶ ମିଶନରେ ସହଯୋଗିତା ଉପରେ ଆଲୋଚନା ହେବ।

ଏକ ଦାୟିତ୍ବପୂର୍ଣ୍ଣ ଏବଂ ସ୍ଥାୟୀ ଢଙ୍ଗରେ ବିଶ୍ୱ ଅର୍ଥନୀତିରେ ମହାକାଶ ଅର୍ଥନୀତିର ଅଂଶକୁ ଉନ୍ନତ କରିବା ଉପରେ ଆଲୋଚନା ହେବ। ଏଥିରେ ମହାକାଶ ସଂସ୍ଥାଗୁଡିକର ମୁଖ୍ୟମାନଙ୍କ ପାଇଁ ରାଉଣ୍ଡ ଟେବୁଲ୍ ବୈଠକ, ଦଳଗତ ଆଲୋଚନା, ଦ୍ୱିପାକ୍ଷିକ ବୈଠକ ଏବଂ ଏକ ସର୍ବଦଳୀୟ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ରାଜକୁମାର ରଂଜନ ସିଂ, ଇସ୍ରୋ ଅଧ୍ୟକ୍ଷ ସୋମନାଥ ଏସ, ଇନ-ସ୍ପେସ ଅଧ୍ୟକ୍ଷ ଡକ୍ଟର ପୱନ ଗୋଏଙ୍କା, ଜି -20 ଶେର୍ପା ଅମିତାଭ କାନ୍ତ ଉପସ୍ଥିତ ରହିବେ।

- Advertisement -

ଭାରତର ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବିଦେଶୀ ମାନ୍ୟଗଣଙ୍କ ପାଇଁ ଆୟୋଜିତ ହେବ। ଏହି ଅବସରରେ ଭାରତର ମହାକାଶ କାର୍ଯ୍ୟକଳାପ ଏବଂ ମହାକାଶ ଶିଳ୍ପଗୁଡିକର ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀ ଆୟୋଜିତ ହେବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories