www.samajalive.in
Saturday, December 6, 2025
26.1 C
Bhubaneswar

ଜିଏସଏଲ୍ଭି ମାର୍କ ୩ ଉତକ୍ଷେପଣ ଯାନ ସହ ସଂଯୋଗ ହେଲା ଚନ୍ଦ୍ରଯାନ -୩

ଡେସ୍କ: ଚଳିତ ମାସ ୧୩ରେ ଚନ୍ଦ୍ରଯାନ -୩ର ଉତକ୍ଷେପଣ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ଶ୍ରୀହରିକୋଟା ସ୍ପେସପୋର୍ଟର ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଚନ୍ଦ୍ରଯାନ -୩କୁ ଜିଏସଏଲ୍ଭି ମାର୍କ ୩ ଉତକ୍ଷେପଣ ଯାନ ସହ ସଂଯୋଗ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ଏକ ଟୁଇଟ୍ ଜରିଆରେ ଏହା ଜଣାଇଛି। ଏହି ମାସର ୧୩ରୁ ୧୯ ମଧ୍ୟରେ ଏହାର ଉତକ୍ଷେପଣ କରିବା ଯୋଜନା କରାଯାଇଛି।

ଚନ୍ଦ୍ରଯାନ ୧ ଏବଂ ୨ ଭଳି ଚନ୍ଦ୍ରଯାନ -୩ ପ୍ରପୁଲସନ୍ ମଡ୍ୟୁଲ୍ ଚନ୍ଦ୍ରକୁ ପରିକ୍ରମା କରିବ। ଇସ୍ରୋ ରୋଭରକୁ ଚନ୍ଦ୍ର ପୃଷ୍ଠରେ ଧୀରେ ଧୀରେ ଖସାଇବାକୁ ଦ୍ୱିତୀୟ ଥର ପ୍ରୟାସ କରିବ। ୨୦୧୯ର ଚନ୍ଦ୍ରଯାନ -୨ ମିଶନରୁ ତ୍ରୁଟି ଜାଣିବା ପରେ ଏଥର ଚନ୍ଦ୍ରଯାନ -୩ ଅବତରଣ ସମୟରେ ସେହି ବିଷୟ ପ୍ରତି ଅଧିକ ଧ୍ୟାନ ଦିଆଯିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories