www.samajalive.in
Sunday, December 14, 2025
19.1 C
Bhubaneswar

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ

ରୋଗର ସଠିକ୍ ନିରାକରଣ ଡ଼ାକ୍ତରୀ ଜ୍ଞାନ ତଥା ସର୍ଜିକାଲ୍ ପାରଦର୍ଶିତା ସହିତ ଆମର ରୋଗକୁ ଆରୋଗ୍ୟ କରି ଆମ ଜୀବନକୁ ଗଢ଼ିବାରେ ନିରନ୍ତର ସେବା କରୁଥିବା ଡ଼ାକ୍ତରଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧ରେ ଜାତୀୟ ଡ଼ାକ୍ତର ଦିବସ ପାଳନ କରାଯାଏ । ଭାରତରତ୍ନ ପୁରସ୍କାର ପ୍ରାପ୍ତ ଚିକିତ୍ସକ ତଥା ପଶ୍ଚିମବଙ୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ବିଧାନ ଚନ୍ଦ୍ର ରୟଙ୍କର ଜନ୍ମ ଓ ମୃତ୍ୟୁ ବାର୍ଷିକୀ ମଧ୍ୟ ଏହି ଦିନରେ ପାଳନ କରାଯାଇଛି । ଯେତେବେଳେ ଆମେ ଆମ ଭାରତର ଡ଼ାକ୍ତରୀ ଜ୍ଞାନକୁ ଫେରିଯିବା, ଆମେ ଦେଖୁବା ଯେ ଚରକ ସଂହିତା ବିଚାର ସହିତ ବିଭିନ୍ନ ଧରଣର ଔଷଧ ଉପରେ ଏକ ବିସ୍ତୃତ ପୁସ୍ତକ ଅଟେ । ଚରକଙ୍କ ଔଷଧ ପ୍ରତି ଆଭିମୂଖ୍ୟ ସାମଗ୍ରୀକ ଥିଲା ଏବଂ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଉପରେ ଧ୍ୟାନ ଦେବା ଥଲା । ସେ ତିନୋଟି ଦୋଷ (ବାତ, ପିତ ଓ କଫ) ମଧ୍ୟରେ ସନ୍ତୁଳନ ବଜାୟ ରଖୁବା ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ଖାଦ୍ୟପେୟ ପରିବର୍ତ୍ତନ, ଔଷଧ, ଜୀବନଶୈଳୀରେ ପରିବର୍ତ୍ତନ ତଥା ମସାଜ୍ ଓ ଡିଟକ୍ସିଫିକେସନ୍ ଭଳି ଥେରାପି ମାଧ୍ୟମରେ ଏହି ସନ୍ତୁଳନ ଫେରାଇ ଆଣିବାକୁ ଲକ୍ଷ୍ୟ ରଖୁଥିଲେ । ତାଙ୍କର ନିଦାନ ପଦ୍ଧତିରେ ନାଡ, ପରିସ୍ରା ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା । ପ୍ରାଚୀନ ଭାରତୀୟ ସର୍ଜନ, ସୁଶ୍ରୁତ ତାଙ୍କର ଅଗ୍ରଗାମୀ କାର୍ଯ୍ୟ ଏବଂ କୌଶଳ ତଥା ଶୈଲ୍ୟ ତନ୍ତ୍ର (ସର୍ଜିକାଲ ସାଇନ୍ସ) ଅସ୍ତ୍ରୋପଚାର ବିଷୟରେ ଜ୍ଞାନର ମୂଳ ଉତ୍ସ, ସୁଶ୍ରୁତ ସଂହିତା, ତାଙ୍କର ପ୍ରଭାବଶାଳୀ ପୁସ୍ତକ ପାଇଁ ଜଣାଶୁଣା ।

ବର୍ତ୍ତମାନ ଅତ୍ୟାଧୁନିକ ନିରାକରଣ ସୁବିଧାଗୁଡ଼ିକର ଉନ୍ନତି ସହିତ ଡ଼ାକ୍ତରୀ ବିଜ୍ଞାନ କୋଣ ଅନୁକୋଣ ଏବଂ ସବ୍ ସ୍ପେଶିଆଲିଟୀ ଉପରେ ଧ୍ୟାନ ଦେଉଛି । ଔଷଧ ଏବଂ ସର୍ଜିକାଲ ବିଭାଗର ସୁପର ସ୍ପେଶିଆଲିଟୀ ବିଷୟଗୁଡ଼ିକ ନିର୍ଦ୍ଦିଷ୍ଟ ରୋଗ ଉପରେ ଧ୍ୟାନ ଦେଇ ରୋଗର ନିରାକରଣ ଏବଂ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି, ଯାହାକି ରୋଗୀଙ୍କ ସମୟ ଏବଂ ଆର୍ଥିକ, ମାନସିକ ଭାରକୁ କମ୍ କରୁଛି । ପୂର୍ବରୁ ସମସ୍ତ ରୋଗର ଚିକିତ୍ସା ପାଇଁ ଆମେ ମଲ୍ଟି ସ୍ପେଶିଆଲିଟୀ ଡ଼ାକ୍ତରଖାନା ଉପରେ ନିର୍ଭର କରୁଥୁଲୁ, କିନ୍ତୁ ବିଗତ ୧୦ବର୍ଷ ଧରି ବର୍ଷିତ ସବ୍ ସ୍ପେଶିଆଲଟୀ ଏବଂ ସୁପର ସ୍ପେଶିଆଲିଟୀ ପାଇଁ ଅନ୍ୟ ଦେଶ ପରି ଭାରତରେ ମଧ୍ୟ ମଲ୍ଟି ଠାରୁ ସ୍ଥାନାନ୍ତରିତ ହୋଇ ଷ୍ଟାଣ୍ଡ ଆଲନ୍‌କୁ ପରିବର୍ତ୍ତିତ ହୋଇଛି, ବର୍ତ୍ତମାନ ଏହା ଆମ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଏହି ରଥଯାତ୍ରାରେ ୟୁରୋ ନେଫ୍ରୋ ସେଣ୍ଟର ଅଫ୍ ଏକ୍ସେଲେନ୍ (ୟୁଏନ୍‌ସିଇ) ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟବାସୀଙ୍କୁ ସେମାନଙ୍କର ରୋଗର ସଠିକ୍ ନିରାକରଣ ଏବଂ ଯଥାଶୀଘ୍ର ଏହାର ଚିକିତ୍ସା କରିବାରେ ସାହାଯ୍ୟ କରିବା ପାଇଁ ଓଡ଼ିଶାରେ ଏକ ସ୍ବତନ୍ତ୍ର ସୁପର ସ୍ପେଶିଆଲିଟୀ ସେଣ୍ଟର ଭାବରେ ଆରମ୍ଭ ହୋଇଛି । ଏହି ସେଣ୍ଟରଟି ଅତି ସହଜରେ ଯୋଗାଯୋଗ କରାଯାଇ ପାରୁଥିବା ଚନ୍ଦ୍ରଶେଖରପୁରର ପଟିଆ ଠାରେ ଅବସ୍ଥିତ ଯାହାକି ଭବିଷ୍ୟତରେ ଏଣ୍ଡୋସ୍କୋପି, ଲେଜର୍‌, ଲାପ୍ରୋସ୍କୋପି, ଡାଇଲିସିସ୍, ଆଇସିୟୁ ଏବଂ ରୋବୋଟିକ୍ସ ଭଳି ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛି । ଯାହା ଜୀବନର ଗୁଣବତ୍ତା ବୃଦ୍ଧି କରିବା ସହିତ ସୁଲ୍ଲଭ ମୂଲ୍ୟରେ ଅଭିଜ୍ଞ ଡ଼ାକ୍ତରମାନଙ୍କର ପରାମର୍ଶ ଏବଂ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଏହି ୟୁନିଟ୍‌ ଅଙ୍ଗୀକାରଦ୍ଧ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories