କେନ୍ଦୁଆ ବାହୁଡା ଯାତ୍ରାରେ ଅଘଟଣ: ରଥରେ ବିଦ୍ୟୁତ ତାର ଲାଗି ୨ ମୃତ, ଜଣେ ଆହତ

ଝୁମ୍ପରା: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଠାରେ ଅନୁଷ୍ଠିତ ବାହାୁଡା ଯାତ୍ରାରେ ଅପରାହ୍ନରେ ଅଘଟଣା ଘଟିଥିବା ଦେଖିବାକୁ ମିଳିଛି। କେନ୍ଦୁଆ ବାହାୁଡା ଯାତ୍ରାରେ ଚଳିତ ବର୍ଷ ଡ୍ରାଇଭର ମହା ସଂଘର ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ତରଫରୁ ଭୋଗ ବ୍ୟବସ୍ଥା କରିଥିଲେ। ପ୍ରଭୁଙ୍କ ରଥ ଛିଡା ହୋଇଥିବା ନିକଟରେ ଭକ୍ତ ମାନଙ୍କୁ ଭୋଗ ଦେବା ପାଇଁ ଡ୍ରାଇଭର ସଂଘ ବ୍ୟବସ୍ଥା କରିଥିଲା। ରଥକୁ କିଛି ହାତ ପଛକୁ ଡ୍ରାଇଭର ସଂଘର ସଦସ୍ୟ ମାନେ କରୁଥିଲେ କିନ୍ତୁ ରଥକୁ ଉକ୍ତ ସ୍ଥାନକୁ ନହଟାଇବା ପାଇଁ ରଥ କମିଟିର ସଦସ୍ୟ ମାନେ ଡ୍ରାଇଭର ସଂଘର ସଦସ୍ୟ ମାନଙ୍କୁ ବାରଣ କରିଥିଲେ। କିନ୍ତୁ ଡ୍ରାଇଭର ସଂଘର ସଦସ୍ୟ ମାନେ ରଥକୁ ପଛକୁ ନେଉଥିବା ସମୟରେ ଅସାବଧନତା ବସତ ରଥକୁ ୧୧ କେ ଭି ବିଦ୍ୟୁତ ତାରରେ ଲାଗିଯାଇଥିଲା। ରଥକୁ କମିଟି ତରଫରୁ ସଂପୂର୍ଣ୍ଣ ଭାବରେ ଲୁହାରେ ତିଆରୀ କରିଥିବାରୁ ବିଦ୍ୟୁତ୍‌‌ ଆଘାତରେ ସଂଘର ୩ ଜଣ ସଦସ୍ୟ ଲାଗି ଯାଇଥିଲେ।

prayash

ସେମାନଙ୍କୁ ସେଠାରୁ ସ୍ଥାନୀୟ ଲୋକ ଉଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଝୁମ୍ପୁରା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଅନ୍ୟ ଜଣେ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତ ବ୍ୟକ୍ତି ହେଲେ ବାରିଆ ଥାନା ଭୂବନପଶି ଗ୍ରାମର ଯୁଗଳ ବାରିକ(୪୦) ଏବଂ କେନ୍ଦୁଆ ଗ୍ରାମର ବରୁଣ ଗିରି (୪୨)। ସେହିପରି ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ଘର ଝୁମ୍ପୁରା ଥାନା ନହବେଡା ଗ୍ରାମର ଶଙ୍କର୍ଷଣ ପ୍ରଧାନ (୪୨) ବୋଲି ଜଣାପଡ଼ିଛି। ବିଦ୍ୟୁତ୍‌‌ ଆଘାତରେ ଡ୍ରାଇଭର ମହାସଂଘର ଦୁଇ ଜଣ ବ୍ୟକ୍ତିଙ୍କ ମୁତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ କେନ୍ଦୁଆ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେବା ସହିତ ବାହାୁଡା ଯାତ୍ରା ସ୍ଥାନରେ ଲୋକଙ୍କ କାନ୍ଦ ବୋବାଳି ଉଛୁଳି ପଡ଼ିଥିଲା।

ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବାରିଆ ପୁଲିସ ପକ୍ଷର ବ୍ୟବସ୍ଥା ହୋଇଥିଲା ସତ କିନ୍ତୁ ଥାନାର କୌଣସି ଅଧିକାରୀ ଉପସ୍ଥିତ ନ ରହି ହୋମଗାର୍ଡ ମାନଙ୍କୁ ଦାୟିତ୍ୱ ଦେଇଥିବାରୁ ହୋମଗାର୍ଡ ମାନେ ଶାନ୍ତି ଶୃଙ୍ଖଳାକୁ ଠିକ୍‌‌ ଭାବରେ ତୁଳାଉ ନଥିବାରୁ ଏପରି ଘଟଣା ଘଟିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି। ସେହିପରି ବିଦ୍ୟୁତ୍‌‌ ଆଘାତରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ କେନ୍ଦୁଆରୁ ଆମ୍ବୁଲାନ୍ସ ଯୋଗେ ନେବା ସମୟରେ ବାହୁଡା ଯାତ୍ରା ଦେଖିବାକୁ ଆସିଥିବା ଜଣେ ମହିଳା ଫୁଲମଣି ବାରିକ (୬୫)ର ଗୋଡ ଉପରେ ଆମ୍ବୁଲାନ୍ସ ମାଡି ଯିବାରୁ ଉକ୍ତ ମହିଳାର ଗୋଡ ଭାଙ୍ଗି ଯାଇଛି। ତାକୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Comments are closed.