www.samajalive.in
Wednesday, December 10, 2025
18.1 C
Bhubaneswar

ଆସନ୍ତାକାଲି ସୁନାବେଶ, ଦର୍ଶନାର୍ଥୀଙ୍କୁ ରଥ ଉପରକୁ ମନା

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଗୁରୁବାର ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ସୁନାବେଶକୁ ଶୃଙ୍ଖଳିତ ଏବଂ ସରସସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗୁରୁବାର ଅପରାହ୍ନ ୪ଟାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ରଥାଋଢ଼ ତିନିଠାକୁରଙ୍କୁ ସୁନାବେଶରେ ଭକ୍ତ ଦର୍ଶନ କରିପାରିବେ। ସୁନାବେଶ ସମୟରେ କୌଣସି ଭକ୍ତ ଯେଭଳି ରଥ ଉପରକୁ ଯାଇ ଦର୍ଶନ ନକରନ୍ତି ସେଥିନିମନ୍ତେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସୁନାବେଶ ନିମନ୍ତେ ନିୟୋଜିତ ସେବାୟତ, ସେବକ ଏବଂ ମାଜିଷ୍ଟ୍ରେଟଙ୍କୁ ରଥ ଉପରେ ରହିବା ନିମନ୍ତେ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ଅପରାହ୍ନ ୩ଟା ୩୦ ମି.ରୁ ୪ଟା ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଉତ୍ତୋଳନ ପାଇଁ ରଥ ଉପରକୁ ଯାଇପାରିବେ। ତିନିଠାକୁରଙ୍କୁ ସୁନାବେଶ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଗୋପାଳଜୀଉ ମଠ ପକ୍ଷରୁ ୧୨ହଜାର ରସଗୋଲା ମଣୋହୀ କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟାଯିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ସୁନାବେଶ ସୁପରିଚାଳନା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories