କୋରାପୁଟ: କୋରାପୁଟ ଜିଲା କୋଲାବ ନଗରରେ ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ରଥ ଟଣା ବେଳେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ବିଶ୍ଵନାଥ ନାୟକ(୨୮)। ଗୁରୁତର ଆହତ ପି. କ୍ରୀଷ୍ଣା ରାଓ(୫୦)ଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ବାହୁଡା଼ ବେଳେ ଲୁହାରେ ତିଆରି ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ରଥ ତଳ ଭାଗରେ ବ୍ରେକ ସମ୍ଭାଳିଥିବା ଏହି ଦୁଇ ଜଣ ବ୍ରେକ ଦେଉଥିଲେ। ବିଦ୍ୟୁତ ଆଘାତ ପାଇବାର ତୁରନ୍ତ ପରେ ଉଭୟଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ବିଶ୍ଵନାଥଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କୋଲାବ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Popular Categories



