ଆଠଗଡ : ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ସୋମବାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରା ଅବକାରୀ କାର୍ଯ୍ୟାଳୟଠାରୁ ବାହାରି ସହର ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ନିଶାଠାରୁ ଦୂରରେ ରହିବା ତଥା ନିଶା କାରବାରରେ ଜଡ଼ିତ ନହେବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିପରି ନିଶାଜାତୀୟ ଦ୍ରବ୍ୟ ଗୁଟକା, ତମାଖୁ ପ୍ରଭୃତିର ସେବନ ଦ୍ବାରା କିପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି ସେ ବିଷୟରେ ବୁଝାଇଥିଲେ। ଏହି ସଚେତନତା ଶୋଭାଯାତ୍ରାରେ ଆଠଗଡ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡ , ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପନିରୀକ୍ଷକ ସୌମ୍ୟ ରଞ୍ଜନ ମାଝୀ ପ୍ରମୁଖଙ୍କ ସମେତ ବହୁ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।
Comments are closed.