www.samajalive.in
Monday, December 15, 2025
16.1 C
Bhubaneswar

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଚିନ୍ତାରେ ୧୦ଗୋଟି ପଞ୍ଚାୟତ

କାମାକ୍ଷାନଗର : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ। କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଫଳରେ ପଣ୍ଡୁଆ-ଭାଲୁମୁଣ୍ଡା ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକ ରହିଛି। ଫଳରେ କାମାକ୍ଷାନଗର ଓ ପରଜଙ୍ଗ ବ୍ଲକର ଆଖ ପାଖ ୧୦ ଗୋଟି ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଛନ୍ତି। ବତାସିଂହ ଗାଁ ଜୋର ଉପରେ ନିର୍ମାଣ ହେଉଥିବା ବ୍ରିଜର ମନ୍ଥର କାର୍ଯ୍ୟ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଣ୍ଡୁଆ- ଭାଲୁମୁଣ୍ଡା ଭାୟା ସାଆନ୍ଦାକୁ ସଂଲଗ୍ନ କରୁଥିବା ଏହି ପୂର୍ତ୍ତ ବିଭାଗ ରାସ୍ତଟିରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ବତାସିଂହ ଗାଁ ଜୋରରେ ପ୍ରାୟ ୫ଫୁଟ ଉଚ୍ଚର ପାଣି ଚଳାଚଳ ଯୋଗୁଁ ଆପ୍ରୋଚ ରୋଡ଼ଟି ଧୋଇ ହୋଇଯାଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories