www.samajalive.in
Sunday, December 14, 2025
26.1 C
Bhubaneswar

ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଉପକରଣ ବଣ୍ଟନ

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠିର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ପୌର ପାଳିକାର ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧୀଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ୩୦ହଳ ବେଞ୍ଚ-ଡେସ୍କ ଓ ଗୋଟିଏ କମ୍ପ୍ୟୁଟର ପ୍ରଦାନ କରା ଯାଇଥିବାବେଳେ ଓଟିଏମ୍ ହାଇସ୍କୁଲକୁ ୨୦ ହଳ ବେଞ୍ଚ ଓ ଡେସ୍କ ପ୍ରଦାନ କରାଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଏଥିରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କୁ ଉପକରଣ ଗୁଡ଼ିକ ପ୍ରଦାନ କରିଥିଲେ । ଇମ୍ଫାର ମାନବ ସମ୍ବଳ ସାଧାରଣ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କମିଟି ସଦସ୍ୟା ସ୍ୱପ୍ନା ନାୟକ, ଅମର କୁମାର ଚୌଧୁରୀ, ସୂର୍ଯ୍ୟ ନାରାୟଣ ଦାସ, ବରିଷ୍ଠ ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଇମ୍ଫା ଲୋକ ସମ୍ପର୍କ ଉପ ସାଧାରଣ ପ୍ରଶାସକ ଧ୍ରୁବ ଚରଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories