www.samajalive.in
Monday, December 15, 2025
26.1 C
Bhubaneswar

ବଳିଦାନ ଦିବସ ପାଳିତ

ଚୌଦ୍ୱାର : ବିଜେପିର ଚୌଦ୍ୱାର ମଣ୍ଡଳ ତରଫରୁ ମହାନ୍ ରାଷ୍ଟ୍ର ଭକ୍ତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଜିଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ୯ନମ୍ବର ୱାର୍ଡ଼ସ୍ଥିତ ଶ୍ରୀ ଅରବିନ୍ଦ ପାଠଚକ୍ର ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଉପ ସଭାପତି ପ୍ରଶାନ୍ତ କୁମାର ହୋତା, ପ୍ରକାଶ ଚନ୍ଦ୍ର ବଡ଼ଜେନା, ସନ୍ତୋଷ କୁମାର ସାହୁ, ତନ୍ମୟ ସାହୁ, ସୁଷମା ବଡ଼ଜେନା, ହଂସ ଚରଣ ସାହୁ, ଗୌତମ ସାହୁ, ସୁମିତ୍ରା ମହାନ୍ତି, କ୍ରୀଷ୍ଣା ରାଓ, ହୀରାଧର ପାଣି, ବିମଳ ମହାନ୍ତି, ବିଶ୍ୱ ବିହାରୀ ସ୍ୱାଇଁ, ରଶ୍ମିଲତା ସାହୁ, ରଶ୍ମିତା ସାହୁ, ଚିନ୍ମୟ ବେହେରାଙ୍କ ସମେତ ବହୁ କାର୍ମକର୍ତ୍ତା ଶ୍ୟାମାପ୍ରସାଦଙ୍କ ଜୀବନୀ ଆଲୋଚନା କରି ଦେଶ ପାଇଁ ତାଙ୍କର ବଳିଦାନ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories