ହ୍ବାଇଟ ହାଉସରେ ମୋଦୀ
ଡେସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ ହାଉସ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତି ଜୋ ବାଇଡେନ ଓ ଦେଶର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ମୋଦୀଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।
ଏହି ଅବସରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ଭାରତୀୟ ସମୁଦାୟର ଲୋକ ନିଜର ପ୍ରତିଭା ଏବଂ କଠୋର ପରିଶ୍ରମ ଦ୍ବାରା ଆମେରିକାର ଗୌରବ ବୃଦ୍ଧି କରିଛନ୍ତି ବୋଲି କହିଥିଲେ । ଆଜି ତାଙ୍କୁ ଯେଭଳି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଗଲା ସେଥିପାଇଁ ସେ ରାଷ୍ଟ୍ରପତି ଜୋ ବାଇଡେନ ଓ ଡକ୍ଟର ଜିଲ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମେରିକା ଓ ଭାରତ ଉଭୟ ସମାଜ ଏବଂ ସଂସ୍ଥାଗୁଡିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ । ଉଭୟ ଦେଶ ସମସ୍ତଙ୍କ ହିତ, ସମସ୍ତଙ୍କ କଲ୍ୟାଣର ମୌଳିକ ସିଦ୍ଧାନ୍ତ ଉପରେ ବିଶ୍ବାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
#WATCH| भारत और अमेरिका दोनों के समाज और संस्थाएँ लोकतांत्रिक मूल्यों पर आधारित हैं। दोनों देश सभी के हित,सभी के कल्याण के मूल सिद्धांत में विश्वास करते हैं: प्रधानमंत्री @narendramodi @MEAIndia @JoeBiden#IndiaUSAPartnership #ModiInUSA #USWelcomesModi #ModiUSVisit2023 pic.twitter.com/t9tq3x94sD
— आकाशवाणी समाचार (@AIRNewsHindi) June 22, 2023
Comments are closed.