ହରଭଙ୍ଗାରେ ରଥଯାତ୍ରା
ହରଭଙ୍ଗା : ହରଭଙ୍ଗା ବ୍ଲକର ହରଭଙ୍ଗା, ଛତ୍ରଙ୍ଗ, କୁଶଙ୍ଗ, ବାଇଶପଡା, ଚାରିଛକ, ପୁରୁଣାକଟକ, ତିଲେଶ୍ୱର ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚାରିଛକ ସ୍ଥିତ ଠିଡିକାଯୋର ମନ୍ଦିରରେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଛେରା ପହଁରା କରିଥିଲେ। ପରେ ରଥ ଟଣା ଯାଇ ଚାରିଛକ ସ୍ଥିତ ମାଉସୀ ମା ମନ୍ଦିରକୁ ଆସିଥିଲା। ବ୍ଲକ ପକ୍ଷରୁ ତିନି ଠାକୁରଙ୍କ ପାଇଁ ପୋଡପିଠାର ଆୟୋଜନ କରାଯାଇଥିଲା। ବିଡିଓ ସ୍ୱପ୍ନିତା ନାୟକଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ମିଠା ବଣ୍ଟନ କରିଥିଲେ। ବିନାୟକ ୟୁଥ କ୍ଲବ, ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଶାଖା ଏବଂ ହରଭଙ୍ଗା ତହସିଲ ପକ୍ଷରୁ ଦହି ପଣା ବଣ୍ଟନ କରାଯାଇଥିଲା। ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଏବଂ ଚାରିଛକ ବଣିକ ସଂଘ ସଦସ୍ୟ ଏଥିରେ ସହଯୋଗ କରିଥିଲେ।
Comments are closed.