କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ସମସ୍ୟା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସମସ୍ୟାର ସମାଧାନ ନହେଲେ ଏନଏସି କାର୍ଯ୍ୟାଳୟ ଘେରାଉ ଚେତାବନୀ

କଣ୍ଟାବାଞ୍ଜି : ଣ୍ଟାବାଞ୍ଜି ବିଜେଡି କାର୍ୟ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେଡି ବରିଷ୍ଠ ନେତା ଅଜୟ ଦାସ ଏନଏସି ବିରୋଧରେ ବିଭିନ୍ନ ସମସ୍ୟାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । ଆଗାମୀ ୧୫ଦିନ ମଧ୍ୟରେଏହି ସମସ୍ୟାର ସମାଧାନ ନହେଲେ, ବିଜେଡି ତରଫରୁ ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଦଳ ତରଫରୁ ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ସରକାର ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଜନ ସାଧାରଣଙ୍କ ପାଇଁ ଜଳାଶୟର ପୁନଃରୁଦ୍ଧାର ପାଇଁ ୧୧ନଂ ୱାର୍ଡର ଶିବ ବନ୍ଧ ସକାଶେ ୧କୋଟି ଅର୍ଥ ରାଶି ୪ମାସ ତଳୁ ମଞ୍ଜୁର କରିଛନ୍ତି। ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ଏନଏସିକୁ  ନିର୍ଦେଶ ଦେଇଥିଲେ। ତେବେ ଏକ ମାସ ତଳେ ନିଜେ ଏନଏସି ଅଧକ୍ଷ ବରିୟମ ସିଂ ସାଲୁଜା ତାଙ୍କ ଦଳ ବଳ ସହିତ ଜେସିବି ମେସିନ ନେଇ ଶିବ ବନ୍ଧକୁ ଯାଇ କାର୍ଯ୍ୟ ଆରମ୍ଭ ହେଲା ବୋଲି ସାମାଜିକ ଛଣ ମାଧ୍ୟମ, ଖବର କାଗଜରେ ଖବର ପ୍ରସାରିତ କରାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏକ କୋଟି ଟଙ୍କାରୁ କେତେ ଟଙ୍କାର କାମ କରାଯାଇଛି, ତାହା ଜଣା ପଡ଼ୁ ନାହିଁ। ଆଗକୁ ବର୍ଷା ଦିନ ଆସୁଛି ସହର ଡ୍ରେନ ମାନଙ୍କରେ ଅଳିଆ ଆବର୍ଜନା ଭର୍ତ୍ତି ।  କିଛିଦିନ ପୌରାଧକ୍ଷ ସକାଳୁ ଉଠି ଡ୍ରେନ ସଫା ପାଖରେ ନିଜେ ସଫେଇ କରିବା ଫଟେ ସାମାଜିକ ଗଣ ମାଧ୍ୟମରେ ସେୟାର କରିଥିଲେ, ହେଲେ, କିଛି ସପ୍ତାହ ପରେ ଯେଉଁ କଥା କୁ ସେଇ କଥା ବୋଲି ଗଣ ମାଧ୍ୟମ ପ୍ରତିନିଧି ଆଗରେ ସୂଚନା ଦେଇଛନ୍ତି। ୱାର୍ଡ ନଂ ୧୨ବଙ୍ଗୋମୁଣ୍ଡାମାଛ ବଜାର ଛକ ଠାରୁ ଜୟ ମାତାଦି ନଗର ମୁଖ୍ୟ ରାସ୍ତା ୨ବର୍ଷ ହେବ ପଡି ରହିଛି। ପୌରାଧକ୍ଷ ଏହି କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଇଥିବାବେଳେ ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଛି। ଏକ ବର୍ଷ ହେବ ଏନଏସି ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ୱାଟର ଏଟିଏମମାନ ସହରର ଅନେକ ସ୍ଥାନରେ ସ୍ଥାପନ କରାଗଲା, ହେଲେ ଖରାଦିନ ଯିବାକୁ ବସିଲାଣି, ମୁନ୍ଦାଏ ପାଣି ମଧ୍ୟ ୱାଟର ଏଟିଏମ ରୁ ଜନସାଧାରଣ ପାଇଁ ପାରିଲେ ନାହିଁ। ସହରର ବିଭିହ୍ନ ସ୍ଥାନରେ ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଏନଏସି ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ବର୍ଷ ରୁ ଅଧିକ ହେବ ଡାକ୍ତର ଖାନା ସାମ୍ନା, ୱାର୍ଡ ନଂ ୫ କାଦପଡା ୱାର୍ଡ ନଂ ୧୧ଗୋରୁବଜାର ପଡା ରେ ଦୋକାନ ଗୃହ ନିର୍ମାଣ କରାଯାଇ ବନ୍ଦ କରି ରଖା ଯାଇଛି। ସହରର ବିଭିହ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ଉଦ୍ୟାନ ମାନ ନିର୍ମାଣ କରାଗଲା, କିନ୍ତୁ ଉଦଘାଟନୀ ଦିନ ଠାରୁ ଦିନେ ହେଲେ ତାହା କାର୍ଯ୍ୟକାରୀ କରାଗଲା ନାହିଁ, କିମ୍ବା ତାହାର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦିଆଗଲା ନାହିଁ, ଫଳରେ ତାହା ଧ୍ବଂସ ହେବାରେ ଲାଗିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ୬ଟି ପ୍ରସଙ୍ଗ ଉପରେ ଅଭିଯୋଗ ଆଣିଛନ୍ତି।
ସମ୍ମାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସମ୍ପାଦକ ବିନୟ ବିଭାର, ନଗର ଯୁବ ସଭାପତି ବିଶାଳ ବେହେରା, ୱାର୍ଡ ନଂ ୧୧କାଉନ ଶିଳର ସୂର୍ୟ୍ୟ ପ୍ରତାପ ମିଶ୍ର, ପ୍ରମୋଦ କର,ବିଷ୍ଣୁ ବେହେରା, ଧନଞ୍ଜୟ ମଜଖଣ୍ଡ, ତପନବୟ, ବିକେଶ କୁମ୍ଭାର, ବିଷ୍ଣୁ ଦଣ୍ଡସେନା, ଜିଲ୍ଲା ସମ୍ପାଦିକା ପିଙ୍କି ଖରସେଲ, ସସ୍ମିତା ଦଣ୍ଡସେନା, ପହଲ୍ଲାଦ ବଚ୍ଛା, ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.