www.samajalive.in
Sunday, December 7, 2025
26.1 C
Bhubaneswar

ହାତୀ ନେଲା ଶତାୟୁ ବୃଦ୍ଧଙ୍କ ଜୀବନ

ଦେବଗଡ଼: ଦେବଗଡ଼ ବନଖଣ୍ଡ ତଥା ବାରକୋଟ ବନାଞ୍ଚଳ କଲା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ସୋମବାର ଭୋର ସମୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ଶତାୟୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଦିନମାନଙ୍କ ଭଳି ଆଜି ଭୋର ପ୍ରାୟ ୫ଟା ସମୟରେ ମଧ୍ୟ ଗ୍ରାମର ରେଙ୍ଗଟୁ ମହାନ୍ତ(୧୦୩) ଶୌଚ ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥଲେ। ଏହି ସମୟରେ ୧୨ ଟିକିଆ ହାତୀ ପଲ ନଦୀ କୂଳ ଦେଇ ଯାଉଥିବା ବେଳେ ରେଙ୍ଗଟୁ ସେମାନଙ୍କ ହାବୁଡରେ ପଡ଼ିଥିଲେ। ସେହି ଦଳରୁ ଏକ ଦନ୍ତା ହାତୀ ତାଙ୍କୁ ଉପରକୁ ଟେକି କଚାଡି ଦେବାସହ ଦାନ୍ତରେ ଭୁଷି ଦେଇଥିଲା। ଫଳରେ ରେଙ୍ଗଟୁଙ୍କ ଛାତି ସମେତ ଶରୀରର ବିଭନ୍ନ ଅଂଶରେ କ୍ଷତ ସୃଷ୍ଟି ହେବା ସହ ସେ ଗୁରୁତର ଆହତ ହୋଇଥିଲେ। ନିକଟରେ ଟୋଲ ଗୋଟାଉଥିବା ଲୋକେ ହୋହାଲ୍ଲା କରିବାରୁ ହାତୀ ପଲ ସେଠାରୁ ଚାଲିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ରେଙ୍ଗଟୁଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ କଲା ଫରେଷ୍ଟର ପ୍ରୀତମ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories