ଭଦ୍ରକରେ ଉତ୍କଳମଣିଙ୍କ ପୁଣ୍ୟତିଥି ପାଳିତ

ଭଦ୍ରକ :  ସେବକ ଶିରୋମଣି, ସେବା ଓ ତିତିକ୍ଷାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟତିଥି  ଭଦ୍ରକରେ ସମାଜ ଓ ଲୋକସେବକ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି । ସକାଳ ୭ଟା ୩୦ମି. ସମୟରେ ବାଗୁରାଇ ସାଳନ୍ଦୀ ଘାଟରେ ତିଳତର୍ପଣ କରାଯାଇଥିଲା । ଏଥିରେ ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳଙ୍କ ସମେତ ସହରର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ। ପରେ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଡାହାଣିଗଡ଼ିଆ ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ପାରିଷଦ ପ୍ରବୀର ଜେନାଙ୍କ ସହ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ। ଡାହାଣିଗଡ଼ିଆ ଛକକୁ ଗୋପବନ୍ଧୁ ଛକ ଭାବେ ନାମିତ କରାଯିବ ଓ ସାଂସଦଙ୍କ ପାଣ୍ଠି ସହାୟତାରେ ସୌନ୍ଦର୍ଯ୍ୟକରଣ କରାଯିବା ଲାଗି ସାଂସଦ ନିଷ୍ପତ୍ତି ନେଇଥିବା ସମ୍ପର୍କ ରେ ଶ୍ରୀ ମଣ୍ଡଳ ଘୋଷଣା କରିଥିଲେ।

prayash

ଏହି ଅବସରରେ ଭଦ୍ରକ ପଳସା ଖଗେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ସମାଜ’ ଓ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ସହଯୋଗରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।

Comments are closed.