କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ; ପାଣି ପାଇଁ ମହିଳାଙ୍କ ରାସ୍ତା ଅବରୋଧ

କଳାପଥର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଛଟପଟ ହେଉଥିବାବେଳେ ପାନୀୟ ଜଳ ଅଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଧଳାପଥର ନିକଟବର୍ତ୍ତୀ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ହରିଜନ ସାହିରେ ପାଣି  ଆସୁ ନ ଥିବାରୁ ଲୋକମାନେ ବହୁତ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ୪ଦିନ ଧରି ପାଣି ଯୋଗାଣ କରା ନଯିବାରୁ ଛୋଟ ପିଲା, ବୃଦ୍ଧ-ବୃଦ୍ଧାଙ୍କ ସମେତ ଗ୍ରାମର ମହିଳା ମାନେ ବହୁତ ଆସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କରି ତୁରନ୍ତ ଜଳ ଯୋଗାଣ ଦାବିରେ ଧଳାପଥର-ସୁନାଖଳା ପୁର୍ତ୍ତ ବିଭାଗ ରାସ୍ତାକୁ ୨ଘଣ୍ଟା ଧରି ଗରା, ମାଠିଆ, ବାଲଟି, ଡକେଚି ରଖି ୨୫ରୁ ୩୦ମହିଳା ରାସ୍ତା ବନ୍ଦ କରି ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ଗ୍ରାମରେ ଥିବା ୨ଟି ନଳ କୂପ ଦୀର୍ଘ ଦିନ ହେବ ଖରାପ ହୋଇ ପଡିଛି। ପୋଖରୀ ଶୁଖିଲା ପଡିଥିଲା ବେଳେ କୂଅ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଗରିବ ଶ୍ରେଣୀର ହରିଜନ ପୁରୁଷ ଏବଂ ମହିଳା ହୋଇଥିବାରୁ ସରକାରୀ ପିଇବା ପାଣି ଏକ ମାତ୍ର ଭରଷା। ମହିଳା ମାନଙ୍କ ଅଭିଯୋଗ ପାନୀୟ ଜଳ ଯୋଗାଣରେ ଥିବା କର୍ମଚାରୀ ସରକାରଙ୍କ ଆଦେଶ ପ୍ରତ୍ୟେହ  ଜଳ ଯୋଗାଣ କରିବା ପରିବର୍ତ୍ତେ ନିଜର ବ୍ୟକ୍ତିଗତ କାମରେ ଲିପ୍ତ ରହି ମଟର ଚଳାଉ ନାହାନ୍ତି। ଫଳରେ ଆମ୍ଭେ ମୌଳିକ ଅସୁବିଧାରୁ ବଞ୍ଚିତ ହେଉଛୁ। ଏ ସମ୍ପର୍କରେ ଶାସନ ସରପଞ୍ଚ ଶରତ ହୋତାଙ୍କୁ ପଚାରିବାରେ ସେ କହିଲେ ୪ଦିନ ତଳେ ଏହି ହରିଜନ ସାହି ପାଣି ଟାଙ୍କି ପାଖରେ ମନ୍ଦିର ପ୍ରତିଷ୍ଠା କରିବାକୁ ବିଦ୍ୟୁତ ହୁକ ପକାଇବାରୁ ପାଣି ଟାଙ୍କିର ବିଦ୍ୟୁତ ସଂଯୋଗ ପୋଡିଯାଇଛି। ଏଥିନେଇ କଳାପଥର ବିଦ୍ୟୁତ କାର୍ଯ୍ୟାଳୟରେ ଜଣାଇ ଦିଅଯାଇଛି। ମଟର ଚଲାଉଥିବା କର୍ମଚାରୀ ୨ହଜାର ଦରମା ପାଉଥିବାରୁ ଠିକ୍ ସମୟରେ ଜଳ ଯୋଗାଣ କରୁ ନ ଥିବା ସରପଞ୍ଚ କହିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମବାସୀ ଏହି କର୍ମଚାରୀ କାଯ୍ୟ ଠିକ କରୁନଥିବା ନେଇ ଗାଳି ଗୁରଜ କରୁଥିବାରୁ ମଟର ନ ଚଲାଇବାକୁ ରୋକ ଠୋକ ମନା କରିଛନ୍ତି। ପଂଚାୟତରେ ମିଟିଂ ହୋଇ ନୂତନ କର୍ମଚାରୀ ନିଯୁକ୍ତି କରାଯିବା ସହ କାଲିଠାରୁ ଏହି ସାହିର ଆଗ୍ରହୀ ଯୁବକ କାମ ଚଲାଇବେ। ସରପଞ୍ଚ ସଂଗେ ସାଙ୍ଗେ ଆରଡବ୍ଲୁଏସ ଗାଡି ଡକାଇ ନଳକୂପ ମରାମତି କରିବାରୁ ମହିଳା ମାନେ ରାସ୍ତା ପରିଷ୍କାର କରିଥିଲେ। ତୋବେ ଏହାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.