କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ରଥଯାତ୍ରାକୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବଡଦାଣ୍ଡ ସଫେଇ ଓ ରଥ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ଶନିବାର ଅଞ୍ଚଳର କିଛି କାରିଗର ରଥକୁ ସଜାଡିଥିବା ବେଳେ ରଙ୍ଗ ମରା କାର୍ଯ୍ୟ ଚାଲିଛି ଓ ବଡ଼ ଦଣ୍ଡରେ ସଫା କରିବା ସହ ମାଟି ପକାଇ ସମତଳ କରାଯାଇଛି। ଅନ୍ୟ ପଟେ ସେବାୟତଙ୍କ ଦ୍ୱାରା ଗର୍ଭଗୃହ ସଫେଇ କରିବା ସହ ମନ୍ଦିରରେ ଚୂନ ମରା କାର୍ଯ୍ୟ ମଧ୍ୟ ଚାଲୁଛି। ଗୁଣ୍ଡିଚା ଯାତ୍ରା ମାତ୍ର ଦୁଇଦିନ ରହିଥିବା ବେଳେ ଜୋରସୋରରେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ୧୯ତାରିଖ ସକାଳୁ ନେତ୍ର ଉତ୍ସବ କରାଯିବା ପରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।
Comments are closed.